26.1 C
Bhubaneswar
Wednesday, May 8, 2024
Homeଓଡିଶାଭୁବନେଶ୍ୱରରେ ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେନିଂ ସେଣ୍ଟର୍ ଗୁଡ଼ିକୁ ଆଜି ଲୋକାର୍ପିତ କରିଛନ୍ତି। ୩ଟି ଟ୍ରେନିଂ ସେଣ୍ଟର ମଧ୍ୟରେ ରହିଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡ଼ିଶା ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଏରେନା। ଏହି ଏକାଡେମୀଗୁଡ଼ିକରେ ପିଲାଙ୍କୁ ଫୁଟବଲ ଖେଳ ପାଇଁ ଟ୍ରେନିଂ ଦିଆଯିବ। କଳିଙ୍ଗ ଷ୍ଟାଡିୟମ୍‌‌ରେ ଜୁନ୍‌‌ ୯ରୁ ଆରମ୍ଭ ହେବାକୁ ଯାଉଥିବା ଆନ୍ତଃମହାଦେଶୀୟ ଫୁଟବଲ ପ୍ରତିଯୋଗିତା ଏହି ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର ରାଜ୍ୟର କ୍ରୀଡାବିତଙ୍କ ପାଇଁ ବେଶ ଉପଯୋଗୀ ହେବ। ୟୁନିଟ-୧ ସ୍ଥିତ ଟ୍ରେନିଂ ସେଣ୍ଟରରେ ଫିଫା ଦ୍ୱାରା ଅନୁମୋଦିତ ଟର୍ଫ, ୟୁନିଟ-୯ କ୍ୟାପିଟାଲ ଏରିନାରେ ଗୋଟିଏ ଓ ଓଡ଼ିଶା ଫୁଟବଲ ଏକାଡେମୀରେ ଦୁଇଟି ନାଚୁରାଲ ଟର୍ଫ ରହିଛି। ଏହାର ନିର୍ମାଣ ପାଇଁ ୯୦କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏହି ତିନୋଟି କେନ୍ଦ୍ର ସହରର ମଧ୍ୟଭାଗରେ ଅବସ୍ଥିତ ଏବଂ ପରସ୍ପରର ନିକଟବର୍ତ୍ତୀ ଅଟେ ତେଣୁ ଖେଳାଳି ଏବଂ ଏକାଧିକ ଦଳକୁ ଏକକାଳୀନ ବିଶେଷ ଭାବରେ ଟୁର୍ନାମେଣ୍ଟ ସମୟରେ ତାଲିମ ଦେବା ପାଇଁ ଏକ ଅତ୍ୟନ୍ତ ସୁବିଧାଯୋଗ୍ୟ ହେବ। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶା ଫୁଟବଲ ଏକାଡେମୀ, ଭୁବନେଶ୍ୱର ଫୁଟବଲ ଏକାଡେମୀ ଏବଂ କ୍ୟାପିଟାଲ ଫୁଟବଲ ଏରେନା ଉଦ୍‌ଘାଟନ କରିବା ଅତ୍ୟନ୍ତ ଆନନ୍ଦ ଏବଂ ଗର୍ବର ବିଷୟ। କ୍ରୀଡା ଭିତ୍ତିଭୂମି ବିକାଶ ସମୟରେ ଓଡିଶାରେ ଫୁଟବଲର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିବ।

ଏହା ଫୁଟବଲ ପାଇଁ ବିଶ୍ୱ ସ୍ତରୀୟ ପ୍ରଶିକ୍ଷଣ କ୍ଷେତ୍ର ପ୍ରଦାନ କରିବ। ରାଜଧାନୀରେ ୩ଟି ଫୁଟବଲ ଟ୍ରେନିଂ ସେଣ୍ଟର ଉଦଘାଟିତ ହେବା ଦ୍ବାରା ଆମେ ଫୁଟବଲ ଇକୋସିଷ୍ଟମକୁ ମଜବୁତ କରିବା ସହ ଫୁଟବଲ ଖେଳାଳି ବୃଦ୍ଧି ଏବଂ ସେମାନଙ୍କ ଖେଳର ଉନ୍ନତି ଆଣିପାରିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ଆଳିଠାରେ ଏକ ବାଳିକା ଫୁଟବଲ ଏକାଡେମୀ ନିର୍ମାଣ କରାଯିବ। ଯାହା ଦ୍ବାରା ଆଳି ଏବଂ ରାଜକନିକା ଅଞ୍ଚଳରେ ଫୁଟବଲ ଖେଳୁଥିବା ବାଳିକା ମାନେ ଟ୍ରେନିଂ ନେଇପାରିବେ। ନିକଟରେ ୫ଟି ସଚିବ ଭି,କେ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ଫୁଟବଲ ଖେଳାଳିମାନେ ତାଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ କଳିଙ୍ଗ ଷ୍ଟାଡିୟମ୍‌‌ରେ ଜୁନ୍‌‌ ୯ରୁ ଆରମ୍ଭ ହେବାକୁ ଯାଉଛି ଆନ୍ତଃମହାଦେଶୀୟ ଫୁଟବଲ ପ୍ରତିଯୋଗିତା। ଜୁନ୍‌‌ ୯ରୁ ୧୮ ଯାଏ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ, ଲେବାନନ, ମଙ୍ଗୋଲିଆ ଓ ଭାନୁଆତୁ ଅଂଶଗ୍ରହଣ କରିବେ। ଓଡ଼ିଶାରେ ଫୁଟବଲ ଖେଳ ପ୍ରତି ଅନେକ ଭଲ ପାଇବା ରହିଛି। ଏହି ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଓଡ଼ିଶା ଲାଗି ଆଉ ଏକ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଉଚ୍ଚମାନର ଫୁଟବଲ ପ୍ରତିଯୋଗିତାରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ସମର୍ଥନ କରିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking