29.1 C
Bhubaneswar
Tuesday, May 7, 2024
Homeଅପରାଧଏମିତି ରାଗ ! ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି...

ଏମିତି ରାଗ ! ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା

ଗାନ୍ଧୀନଗର: ଏମିତି ରାଗ ଯେ, ସାମାନ୍ୟ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା । ଆଉ ଆହତ ଅବସ୍ଥାରେ ସ୍ତ୍ରୀକୁ ସେମିତି ଛାଡ଼ି ଦେଇ ପଳାଇଲା । ଘରୋଇ କଳିକୁ ନେଇ ଗୁଜରାଟର ସୁରତରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମେ’ ୧୮ ତାରିଖ ରାତିରେ ସୁରତର କାଦୋଦରା ଅଞ୍ଚଳରେ ଏହି ଛାତିଥରା ଘଟଣା ଘଟିଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସୂଚନା ଅନୁସାରେ, ସୁରତର ସତ୍ୟନଗର ସୋସାଇଟିରେ ପରିବାର ସହ ରାମାନୁଜା ରହୁଥିଲା । ତଦନ୍ତ ଅଧିକାରୀଙ୍କ କହିବା ଅନୁସାରେ, ସାମାନ୍ୟ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ପରେ ରାମାନୁଜା ଆଉ ନିଜର କ୍ରୋଧ ସମ୍ଭାଳି ପାରିନଥିଲା । ଝିଅ ଟେରାସ୍‌ରେ ଶୋଇଥିବାରୁ ଏହି କଥାକୁ ନେଇ ସେ ସ୍ତ୍ରୀ ସହ ଝଗଡ଼ା କରିଥିଲା ।

ଝଗଡ଼ା ଧୀରେ ଧୀରେ ଉଗ୍ରରୂପ ଧାରଣା କରିଥିଲା । ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟ ଅନୁସାରେ, ରାତି ୧୧ଟା ୨୦ରେ ରାମାନୁଜା ପ୍ରଥମେ ପିଲାମାନଙ୍କ ସାମ୍ନାରେ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଏଥିରେ ମହିଳା ଜଣଙ୍କ ଆହତ ହୋଇଥିଲେ ଓ ରାମାନୁଜାକୁ ଅଟକାଇବା ପାଇଁ ପିଲାମାନେ ପ୍ରୟାସ କରିଥିଲେ । ହେଲେ ଏହି ସମୟରେ ଅଭିଯୁକ୍ତ ରାମାନୁଜା ସେମାନଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲା । ପରିବାର ଲୋକଙ୍କ ସହ ସଂଘର୍ଷ ପରେ ରାମାନୁଜା ଝିଅ ଉପରେ ସବୁ ରାଗ ସୁଝାଇଥିଲା । ୨୫ ଥର ଝିଅକୁ ଛୁରୀରେ ଆକ୍ରମଣ କରିଥିଲା । ଏତିକିରେ ରାଗ ଶାନ୍ତ ହୋଇନଥିଲା ଯେ, ସେ ସ୍ତ୍ରୀକୁ ଆକ୍ରମଣ କରିବା ପାଇଁ ମଧ୍ୟ ପଛାଇଲା ନାହିଁ । ଏଥିରେ ମହିଳା ଜଣକ ଆହତ ହୋଇଛନ୍ତି । ଖବରପାଇ ପୋଲିସ ଅଭିଯୁକ୍ତ ରାମାନୁଜାକୁ ଗିରଫ କରିବା ସହ ତା’ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking