32.1 C
Bhubaneswar
Friday, April 26, 2024
Homeଓଡିଶାଅଜଣା ଗାଡି ଧକ୍କାରେ ବାଇକ ଆରୋହି ମୃତ

ଅଜଣା ଗାଡି ଧକ୍କାରେ ବାଇକ ଆରୋହି ମୃତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଟୋଲଗେଟ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହି ମୃତ, ଯାତାୟତ ବାଧାପ୍ରାପ୍ତ। ସୂଚନା ମୁତାବକ ବାଇକ ଚାଳକ ପାଣିକୋଇଲି ଆଡୁ କୂଆଖିଆ ଆଡ଼େ ଆଉ ଥିବା ସମୟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା। ତେବେ ସ୍ଥାନୀୟ ଲୋକମାନେ ଦୁର୍ଘଟଣା ସ୍ଥଳକୁ ଧାଇଁ ଆସିଥିଲେ ଯୁବକକୁ ଉଦ୍ଧାର ପାଇଁ। ମାତ୍ର ଦୁର୍ଘଟଣା ଏତେ ଜୋରରେ ଥିଲାଯେ ଯୁବକ ଜଣକ ଘଟଣା ସ୍ଥଳରେ ମୃତ ବରଣ ହୋଇଥିଲେ। ଦୁର୍ଘଟଣା ଫଳରରେ ଗାଡି ମଟର ଯାତାୟତ ବାଧାପ୍ରାପ୍ତ ହେଇଛି। ଟୋଲ ଗେଟ ଠାରୁ ପାଣିକୋଇଲି ଛକ ପର୍ଯ୍ୟନ୍ତ ଗାଡି ଜାମ ହୋଇ ଯାଇଛି। ତେବେ ପାଣିକୋଇଲି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking