31.1 C
Bhubaneswar
Friday, March 29, 2024
Homeଓଡିଶାବାପା ମାଆଙ୍କ ମୃତ୍ୟୁ ପରେ ବେସାହାରା ଦୁଇ ଭାଇ ଓ ଦୁଇ ଭଉଣୀ

ବାପା ମାଆଙ୍କ ମୃତ୍ୟୁ ପରେ ବେସାହାରା ଦୁଇ ଭାଇ ଓ ଦୁଇ ଭଉଣୀ

ମୟୂରଭଞ୍ଜ: ଆଜିକୁ ପାଞ୍ଚ ବର୍ଷ ତଳେ ମାଆ ଙ୍କ ମୃତ୍ୟୁ ପରେ ବଡ ପୁଅ ଓ ବଡ ଝିଅ ଆର୍ଥିକ ଅଭାବରୁ ପାଠ ପଢା ଛାଡି ଲୋକଙ୍କ ଘରେ କାମ କରି ଦୁଇଛୋଟ ଭାଇ ଭଉଣୀ ଏବଂ ରୋଗିଣା ବାପାଙ୍କୁ ନେଇ ଚଳି ଆସୁଥିଲେ । ଆଉ ଏତେ ସବୁ ଦୁଃଖ ପରେ ଆଜି ରୋଗିଣା ବାପାଙ୍କ ମୃତ୍ୟୁ ପରେ ଏହି ଚାରି ଭାଇ ଭଉଣୀ ସମ୍ପୂର୍ଣ୍ଣ ଅନାଥ । ନାଁ ମିଳିଲା ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା, ନାଁ ମିଳିଛି ଆବାସ ଯୋଜନା ରହିବା ପାଇଁ ଘର।ତେବେ ଏତେ ସବୁ ଦୁଃଖ କୁ ସହି ଏହି ଅନାଥ ଅସହାୟ ଚାରି ଭାଇ ଭଉଣୀ ଙ୍କ ଦିନ ବିତୁଛି ଭଙ୍ଗା ଝାଟିମାଟି ପଲିଥିନ୍ ଛୋପର ତଳେ ।
ଏଭଳି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଧିନରେ ଥିବା ଅଁଳା ପଞ୍ଚାୟତର ରାଇକମା ଗ୍ରାମରେ ଦେଖିବାକୁ ମିଳିଛି । ଏହି ରାଇକମା ଗ୍ରାମର ରଥ କିସ୍କୁ ଏବଂ ବାସନ୍ତୀ କିସ୍କୁ ଙ୍କର ମୃତ୍ୟୁ ପରେ ୧୭ବର୍ଷର ପୁକୁଲୁ କିସ୍କୁ ଙ୍କର ଦୁଇ ଭଉଣୀ ୧୫ବର୍ଷର ମାଇନ କିସ୍କୁ ,୧୦ ବର୍ଷର ସାଁଉଁରୀ କିସ୍କୁ ଏବଂ ୭ ବର୍ଷର ସାନ ଭାଇ ହରୀ କିସ୍କୁ ସଂମ୍ପୂର୍ଣ୍ଣରୂପେ ବେସାହାରା ।ରହିବା ପାଇଁ ଘରଟିଏ ନାହିଁ ଭଲରେ ମୁଠେ ଖାଇବାକୁ ହାତରେ ଅର୍ଥ ନାହିଁ । ତେବେ ବର୍ତ୍ତମାନ ସମୟରେ ଏହି ଛୋଟ ଭାଇ ଓ ଭଉଣୀ ଙ୍କ ପେଟକୁ ମୁଠାଏ ଦାନା ଆଉ ପିନ୍ଧିବା ପାଇଁ ଖଣ୍ଡେ କନା ଦେବାପାଇଁ ଏହି ବଡ ଭାଇ ପୁକୁଲୁ କିସ୍କୁ ଓ ବଡ ଭଉଣୀ ମାଇନ କିସ୍କୁ ଲୋକଙ୍କ ଘରେ କାମକରି ଯାହା ମିଳେ ଏବଂ ସାନ ଭାଇ ଓ ଭଉଣୀ ଜଙ୍ଗଲରୁ କୋଚିଲାଫଳ ସାଉଁଟି ବିକିଲେ ଯାହା ମିଳେ ସେଇଥିରେ ଆମେ ଚଳୁଛୁ ବୋଲି ଦୁଇ ଭାଇ ଓ ଭଉଣୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।ତେବେ ଆମ ପାଠ ପଢିବା ଅଧାରେ ରହିଲା କିନ୍ତୁ ଏବେ ଆମ ଏହି ଛୋଟ ଭାଇ ଓ ଭଉଣୀ ଙ୍କୁ ଭଲ ଆଶ୍ରମରେ ପାଠ ପଢେଇବାକୁ ଏବଂ ରହିବା ପାଇଁ ଆବାସ ଯୋଜନାରେ ଘରଟିଏ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଏହି ବେସାହାରା ଭାଇ ପୁକୁଲୁ କିସ୍କୁ ଏବଂ ଭଉଣୀ ମାଇନ କିସ୍କୁ ।
ରାଜ୍ଯ ସରକାର ଗରିବ ଲୋକଙ୍କ ମୃତ୍ୟୁ ସମୟରେ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ର ସହାୟତା ରାଶି ଦେଇଥାନ୍ତି ଶବ ସତ୍କାର କରିବା ପାଇଁ ମାତ୍ର ଦୁର୍ଭାଗ୍ଯର ର କଥା ଏହି ଅଁଳା ପଞ୍ଚାୟତର ସରପଞ୍ଚ ଓ ପିଇଓ ଏହି ଅନାଥ ଅସହାୟ ଚାରି ଭାଇ ଭଉଣୀ ଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଦୂରରେ ଥାଉ ଏମାନଙ୍କ ବିଷୟରେ କିଛି ଯାଣି ନାହାଁନ୍ତି ବୋଲି ଫୋନ୍ ମାଧ୍ୟମରେ ସରପଞ୍ଚ କହିଛନ୍ତି । ସେପଟେ ପୁକୁଲୁ କିସ୍କୁ ଙ୍କର ଦାଦା ଜଣେ ଦିନ ମଜୁରୀଆ ହୋଇଥିବାରୁ ପିଲାମାନଙ୍କ ପାଇଁ କିଛି କରିପାରୁନାହାଁନ୍ତି ବୋଲି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ନିଜ ଏମାନଙ୍କୁ କିଛି ସହାୟତା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଏହି ପିଲାମାନଙ୍କୁ ଦେଖିଲେ କାହା ଆଖିରେ ବି ଲୁହ ଆସି ଯିବ, ଯୋଉ ବୟସରେ ଏହି ପିଲାମାନେ ଖେଳକୁଦ କରିବା କଥା ସେଇ ବୟସରେ ଘରର ଆର୍ଥିକ ଅବସ୍ଥା କୁ ଦୁର କରିବା ପାଇଁ କୁଚିଲା ଫଳ କୁ ଗୋଟାଇ ସଫାକରି ବିକ୍ରି କରୁଥିବା ଦେଖିବାକୁ ମିଳିଛି ।ତେବେ ଏହି ଅନାଥ ଅସହାୟ ଚାରି ଭାଇ ଭଉଣୀ ଙ୍କ ପାଠ ପଢିବାର ସୁବିଧା ଏବଂ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଜଣେ ଗ୍ରାମବାସୀ । ଏହି ଚାରି ବେସାହାରା ଭାଇ ଓ ଭଉଣୀ ଙ୍କ ସମସ୍ଯା ବିଷରେ ବେତନଟୀ ବ୍ଲକ୍ ର ବିଡିଓଙ୍କ ସହିତ ଅନେକ ଥର ଅଭିଯୋଗ କରିଥିଲୁ କିନ୍ତୁ କୌଣସି ସୂଚନା ମିଳିପାରି ନାହିଁ । ତେବେ ଏହି ଗରିବ ଆଦିବାସୀ ଅନାଥ ଅସହାୟ ଚାରି ଭାଇ ଭଉଣୀ ଙ୍କ ର ଖବର ପ୍ରସାରଣ ହେବା ପରେ ବେତନଟୀ ବ୍ଲକ୍ ର ବିଡିଓ ଏମାନଙ୍କ ପାଇଁ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking