28.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଚନ୍ଦ୍ରଙ୍କ କାରଣରୁ ଗୃହ କାର୍ଯ୍ୟରେ ମନ ବଳାଇବେ । ଯେକୌଣସି ପରୀକ୍ଷାରେ ସଫଳ ହେବେ । ପରିବେଶରୁ ଆନନ୍ଦ ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଶାନ୍ତି ଦେଖାଦେବ ।

ବୃଷ : ଆଜି ନୂତନ ଗାଡ଼ି କ୍ରୟ କରିପାରନ୍ତି । ରୋଗରୁ ମୁକ୍ତି ପାଇବେ । ଆର୍ଥିକ ପରିସ୍ଥିତି ଜଟିଳ ହେବେ । ବନ୍ଧୁ ଦର୍ଶନ କରି ଆନନ୍ଦିତ ହେବେ । ଭାଇ ଭାଇ ଭିତରେ ମନମାଳିନ୍ୟ ଘଟିବ ।

ମିଥୁନ : ଆଜି ସକାଳୁ ସକାଳୁ ବନ୍ଧୁ ଦର୍ଶନ କରି ଆନନ୍ଦିତ ହେବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ । ଆୟ ବ୍ୟୟ ସମାନ ରହିବ । ମାନସିକ ଉଦ୍‌ବେଗ ବଢ଼ିବ ।

କର୍କଟ : ଗୃହରୁ ଆନନ୍ଦ ପାଇବେ । ଯୋଗାଯୋଗରୁ ପ୍ରଗତି ଘଟିବ । ଜଞ୍ଜାଳରେ ପଡ଼ିପାରନ୍ତି । ଅପେକ୍ଷା ବିଫଳ ହେବ । ଦ୍ରବ୍ୟ ଲାଭ କରିପାରନ୍ତି । ବ୍ୟୟ ଅଧିକ ହେବ ।

ସିଂହ : କାର୍ଯ୍ୟରେ ଆନନ୍ଦ ପାଇବେ । ଗୃହ କାର୍ଯ୍ୟରେ ପ୍ରଗତି ଘଟିବ । ବିଭିନ୍ନ କାରଣରୁ ଚିନ୍ତାରେ ପଡ଼ିବେ । ଅପ୍ରିୟ ଘଟଣା ଘଟିପାରେ । ଯାତ୍ରାଦିରୁ କ୍ଲାନ୍ତି ବଢ଼ିବ । ବିପଦରେ ପଡ଼ିପାରନ୍ତି ।

କନ୍ୟା : ଆଜି ବନ୍ଧୁ ମେଳରେ ଦିନ କାଟିବେ । କଳହାଆଦିରେ ପଡ଼ିପାରନ୍ତି । ଯାତ୍ରାରେ ବୃଦ୍ଧି ଘଟିବ । ଶାରୀରିକ କଷ୍ଟ ଭୋଗିବେ । ସ୍ମରଣ ହାନି ଘଟିପାରେ । ଆୟରେ ବୃଦ୍ଧି ଘଟିବ ।

ତୁଳା : ପରିବାରରେ ଅଶାନ୍ତି ଉପୁଜିବ । ଅସୁବିଧା ଘନିଭୂତ ହେବ । ମାନସିକ ଉତେଜନା ଭୋଗିବେ । ଚନ୍ଦ୍ରଙ୍କ ପ୍ରଭାବରୁ ଭୋଜନାଦିରେ ତୃପ୍ତି ହୋଇପାରନ୍ତି । ଦୂରଯାଗାକୁ ଯିବେ ।

ବିଛା : ଆଜି ମନ ଦୂର୍ବଳ ରହିବ । ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ । ପ୍ରିୟ ଲୋକମାନଙ୍କ ସହିତ ଆନନ୍ଦିତ ହେବେ । ଦକ୍ଷତା ବଢ଼ିବ । କର୍ମଧାରାରେ ଉନ୍ନତି କରିବେ ।

ଧନୁ : ଶନିଙ୍କ ପ୍ରଭାବରୁ ମନସ୍କାମନା ସଫଳ ହେବ । ଆଳସ୍ୟ ବୃଦ୍ଧି ପାଇବ । ସାମୂହିକ କାର୍ଯ୍ୟରେ ଆଗେଇବେ । ପଡ଼ୋଶୀଙ୍କ ସହିତ ମତଭେଦ ଦେଖାଦେବ ।

ମକର : ଆଜି ଚାକୀରିରେ ସୁପ୍ରତିଷ୍ଠିତ ହୋଇପାରନ୍ତି । ଆର୍ଥିକ ଉନ୍ନତି ଘଟିବ । ବ୍ୟବସାୟରେ ଉନ୍ନତି କରିବେ । ଶୁଭ କାର୍ଯ୍ୟରେ ସମ୍ମାନୀତ ହେବେ । ଆୟ ଠାରୁ ବ୍ୟୟ ଅଧିକ ହେବ ।

କୁମ୍ଭ : କାର୍ଯ୍ୟରେ ଉନ୍ନତି ହେବ । ଭୂମି ଓ ପଶୁ ଲାଭ ଯୋଗ ଅଛି । ଚାକିରୀରେ ସଦା ପ୍ରସନ୍ନ ରହିବେ । ଯାନବାହନ କ୍ରୟ ଯୋଗ ଅଛି । ମନରେ ଭକ୍ତି ଭାବ ଜାଗ୍ରତ ହେବ ।

ମୀନ : ଆୟର ପ୍ରତିରୋଧ କରିବେ । କୌଣସି ବିଷୟକୁ ନେଇ ଆଲୋଚନା କରିବେ । ଭ୍ରମାଣାଦିରେ ଶାନ୍ତି ପାଇବେ । ପଦୋନ୍ନତି ପାଇଁ କାର୍ଯ୍ୟ କରିବେ । ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking