33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୩୧ ତମ ପିକକ୍ ଶିଶୁମେଳା ଉଦଯାପିତ

୩୧ ତମ ପିକକ୍ ଶିଶୁମେଳା ଉଦଯାପିତ

ଭୁବନେଶ୍ୱର :ଡିଜିଟାଲ ମଞ୍ଚ ରେ ସାତଦିନ ଧରି ଚାଲିଥିବା ୩୧ ତମ ପିକକ୍ ଶିଶୁମେଳା ର ଆଜିଥିଲା ଅନ୍ତିମ ଦିବସ । ଶିଶୁ ମାନଙ୍କର ଅନ୍ତର୍ନିନିତ ପ୍ରତିଭାର ବିକାଶ ନିମନ୍ତେ ପିକକ୍ ଶିଶୁମେଳା ର ଏହି ମଞ୍ଚ ଏକ ଉତ୍ତମ ମାଧ୍ୟମ ରୂପେ କାର‌୍ୟ୍ୟ କରିଥିଲା । ସାତଦିନ ବ୍ୟାପୀ ଚାଲିଥିବା ଶିଶୁମେଳାରେ ଓଡିଶା ତଥା ଓଡିଶା ବାହାରର ବିଭିନ୍ନ ରାଜ୍ୟର ବହୁ ପ୍ରତିଭାବାନ ପିଲାମାନେ ନିଜର ପ୍ରତିଭାର ପରିଚୟ ଦେଇଥିଲେ । ଆଜି ରାଜ୍ୟ ର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପିପୁଲସ କଲ୍ଚରାଲ ସେଣ୍ଟର (ପିକକ୍) ଶିଶୁମେଳା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଓଡିଶା ହାଇକୋର୍ଟ ର ପୂର୍ବତନ ମାନ୍ୟବର ବିଚାର ପତି ଶ୍ରୀଯୁକ୍ତ ବିରକିଶୋର ମିଶ୍ର କହିଲେ ଯେ ପିଲା ମାନେ ସ୍ୱପ୍ନ ଦେଖିବା ସହିତ ଏହି ସ୍ୱପ୍ନ କୁ ସାକାର କରିବା ନିମନ୍ତେ କାର‌୍ୟ୍ୟ କରିବା ଉଚିତ୍ । ସମ୍ମାନିତ ଅତିଥିଭାବେ ଯୋଗଦେଇ ସମ୍ବାଦ ର ମୁଖ୍ୟ ସମ୍ପାଦକ, ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜର ବକ୍ତବ୍ୟରେ ପିଲାମାନଙ୍କୁ ନିଜର ପିତାମାତାଙ୍କ ପ୍ରତି କୃତଜ୍ଞ ରହିବାକୁ ପରାମର୍ଶ ଦେଇଥିଲେ ଏବଂ ପିତାମାତା ମାନେ ମଧ୍ୟ ପିଲାମାନଙ୍କର ଇଚ୍ଛା ଓ ରୁଚି କୁ ସମ୍ମାନ ଦେବା ଉଚିତ ବୋଲି ସେ କହିଥିଲେ। ପିଲାମାନଙ୍କୁ ସାହସୀ ଓ ସତ୍ୟ ନିଷ୍ଠ ହେବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ପ୍ରସିଦ୍ଧ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ତାଙ୍କ ବକ୍ତବ୍ୟରେ ପିଲାମାନଙ୍କ ଉପଯୁକ୍ତ ପୋଷଣ ଓ ଲାଳନ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ ।ରାଜ୍ୟ ଭିନ୍ନକ୍ଷମ ଆୟୋଗ ର କମିଶନର ଶ୍ରୀମତୀ ସୁଲୋଚନା ଦାଶ କହିଲେ ଯେ ପିଲା ମାନଙ୍କୁ ଏହି କରୋନା ପରି ପରିସ୍ଥିତିରେ ସୁରକ୍ଷିତ ରଖି ତାଙ୍କର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ପାଇଁ ପିତାମାତା ଓ ଅଭିଭାବକ ମାନେ ଯତ୍ନବାନ ହେବା ଉଚିତ୍‍ । ରାଜ୍ୟ ସରକାର ଙ୍କର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କୋଭିଡ ମହାମାରୀ ପରି ପରିସ୍ଥିତି ରେ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ। ଶିଶୁମେଳା କମିଟି ର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବ ରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ। ପିକକ୍ ର ଅଧକ୍ଷା ଶ୍ରୀମତୀ ମିନାକ୍ଷୀ ପଣ୍ଡା କୋଭିଡ ପରବର୍ତ୍ତି ସମୟରେ ଶିଶୁ ମାନଙ୍କ ସୁରକ୍ଷା କୁ ନେଇ ବିସ୍ତରିତ ଯୋଜନା ପ୍ରସ୍ତୁତି ର ଆବଶ୍ୟକତା ଅଛି ବୋଲି କହିଥିଲେ ଓ ପିକକ୍‍ ର କାର‌୍ୟ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସାତଦିନ ବ୍ୟାପି ଡିଜିଟାଲ ମଞ୍ଚ ରେ ଚାଲିଥିବା ଶିଶୁ ମେଳା ରେ ବିଭିନ୍ନ ଦିବସ ରେ ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ଦାନ୍ତ ବିଶେଷଜ୍ଞ ଡାକ୍ତର ସ୍ୱରୂପ ମହାନ୍ତି ଓ ଶିଶୁ ଓ ମହିଳା ବିକାଶ ର ପରାମର୍ଶଦାତ୍ରୀ ଶ୍ରୀମତୀ ମଧୁମିତା ଦାସ ପ୍ରମୁଖ ବିଭିନ୍ନ ବିଷୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବହୁ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା । କେନ୍ଦ୍ରାପଡା ର ପୁର୍ଣ୍ଣିମା ଗିରି ଙ୍କୁ ସାହସିକତା ପାଇଁ “ବାଜିରାଉତ ସ୍ମାରକୀ ସମ୍ମାନ ୨୦୨୦”, ଫୁଲନଖରା ର ମୁଗଭଙ୍ଗା ଗ୍ରାମ ର ଲୋରିସ୍ମିତା ଦଲାଇ ଙ୍କୁ ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୦, ଭୁବନେଶ୍ୱର ର ଆଦର୍ଶ ଦାସ ଙ୍କୁ “ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ ୨୦୨୦”, ଖୋର୍ଦ୍ଧା ର ଶିଶୁ ଅଭିନେତ୍ରୀ ଆୟୁଷା ପଟ୍ଟନାୟକ ଙ୍କୁ “ଡାଃ ଶରତ ପୂଜାରୀ ସ୍ମାରକୀ ସମ୍ମାନ ୨୦୨୦”, ବଳିଷ୍ଟ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ କୋରାପୁଟ ର ଚଞ୍ଚଳା ପୁଜାରୀ ଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ ୨୦୨୦” ରେ ସମ୍ମାନିତ କରଯାଇଥିଲା । ସେହିପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ କାଳିଚରଣ ଜୟସିଂହ ଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ ୨୦୨୦ ”, ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପପୁ ମହାନ୍ତି ଙ୍କୁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ ୨୦୨୦”, ଡଃ ରଜନୀ ରଞ୍ଜନ ଦାଶ ଙ୍କୁ “ଶିଶୁ ସାଥି ସମ୍ମାନ ୨୦୨୦”, ଶ୍ରୀମତୀ ସ୍ନେହ ମିଶ୍ର ଙ୍କୁ ସମାଜସେବା ପାଇଁ “ଡାଃ ପ୍ରଫୁଲ୍ଲଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ ୨୦୨୦” ତଥା ମହିଳା ପଞ୍ଚାୟତ ପ୍ରତିନିଧି ଓ ଭିଙ୍ଗାରପୁର ର ସରପଞ୍ଚ ଶ୍ରୀମତୀ ଜୟଶ୍ରୀ ନାୟକ ଙ୍କୁ “ଆରାଧନା ନନ୍ଦ ସ୍ମାରକୀ ସମ୍ମାନ ୨୦୨୦” , ସୁଶ୍ରୀ ଶୈଲାନୀ ସୁମନ ଙ୍କୁ କୋଭିଡ ସମୟରେ ଟେକ୍ନୋଲୋଜି ସହାୟତା ପାଇଁ ସର୍ବୋକୃଷ୍ଠ ସ୍ୱେଛାସେବୀ ସମ୍ମାନ ରେ ସମ୍ମାନିତ କରଯାଇଥିଲା । ବିଭିନ୍ନ ସନ୍ଧ୍ୟାରେ ଆସାମ୍, ଓଡିଶା ଓ ମଣିପୁର ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାସ୍କୃତିକ କାର‌୍ୟ୍ୟକ୍ରମ ର ପରିବେଷଣ କରାଯାଇଥିଲା । ପିକକ୍ ର ରତ୍ନା ଦାଶ, ପାଣୁ ବେହେରା, ଡଃ ସୁମିତ୍ରା ମହାନ୍ତି, ମୋନାଲିସା ପାତ୍ର, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ଧର୍ମାନନ୍ଦ ସୁନ୍ଦରରାୟ, ଡଃ ମିତାଲି ମହନ୍ତି, ବିଶ୍ୱଜିତ, ସତ୍ୟସୁନ୍ଦର, ଦେବାଶିଷ, ଅତିଷ୍ନୁ, ପ୍ରିତମ୍, ଶାସ୍ୱତୀ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking