35.1 C
Bhubaneswar
Saturday, May 4, 2024
Homeଓଡିଶାହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ପୀଡ଼ିତା ଓ ଅଭିଯୁକ୍ତଙ୍କ ବିବାହପରେ ଯୌନ ନିର୍ଯାତନା ମାମଲା ଅବୈଧ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ପୀଡ଼ିତା ଓ ଅଭିଯୁକ୍ତଙ୍କ ବିବାହପରେ ଯୌନ ନିର୍ଯାତନା ମାମଲା ଅବୈଧ

କଟକ: ନାବାଳିକା ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ଓ ପୀଡ଼ିତାଙ୍କ ବିବାହ ପରେ ପୋକ୍ସୋ କୋର୍ଟରେ ଚାଲିଥିବା ଏ ସଂକ୍ରାନ୍ତୀୟ ଫୌଜଦାରୀ ମାମଲାର ରାୟ ଉଭୟଙ୍କ ବୈବାହିତ ଜୀବନକୁ ପ୍ରଭାବିତ କରିବ । ସେମାନଙ୍କ ସୁଖର ସଂସାର ସହ ସାମାଜିକ ସମ୍ମାନକୁ ନଷ୍ଟ କରିବ । ସେମାନଙ୍କଠାରୁ ଜନ୍ମିତ ସନ୍ତାନ ମଧ୍ୟ କଷ୍ଟ ଭୋଗ କରିବ । ଏଭଳି କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କରିବା ପୋକ୍ସୋ ଆଇନ୍‌ର ଲକ୍ଷ୍ୟ ବିପକ୍ଷରେ ଯିବ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । ଉଭୟ ପୀଡ଼ିତା ଓ ଅଭିଯୁକ୍ତ ସହମତିରେ ମାମଲାର ଅନ୍ତ ଘଟାଇବାକୁ ହୋଇଥିବା ୫ଟି ଆବେଦନର ଏକତ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଶିବଶଙ୍କର ମିଶ୍ର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ପୀଡ଼ିତା ଓ ଅଭିଯୁକ୍ତଙ୍କ ବିବାହ ପରେ ଯୌନ ନିର୍ଯାତନା ମାମଲାକୁ ଅବୈଧ ବୋଲି କହିଛନ୍ତି । ଏଥିସହ ରାଜ୍ୟର ୫ଟି ପୋକ୍ସା ଅଦାଲତରେ ବିଚାରାଧିନ ଥିବା ମାମଲାଗୁଡ଼ିକର ଅନ୍ତ ଘଟାଇବାକୁ ରାୟରେ ସ୍ପଷ୍ଟ କରିଛନ୍ତି । ଏଭଳି ମାମଲାଗୁଡ଼ିକର ପରିଚାଳନା କରୁଥିବା ଆଇନ୍‌ଜୀବୀମାନଙ୍କୁ ହାଇକୋର୍ଟ ପ୍ରଶଂସା ମଧ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୟ କୁମାର ରଗଡ଼, ପି.କେ.ମହାରାଜ ଓ ଆମିକସ୍ କ୍ୟୁରୀ ଏନ୍‌. ବେହୁରିଆ ମାମଲାଗୁଡ଼ିକର ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking