32.1 C
Bhubaneswar
Saturday, May 4, 2024
Homeଓଡିଶାସାଢେ ୧୧ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ

ସାଢେ ୧୧ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ

ଭୁବନେଶ୍ୱର : ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜଧାନୀବାସୀ । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱର ତାତିରେ ରେକର୍ଡ କରୁଛି । ବିଗତ କିଛି ଦିନ ଭଳି ଆଜି ମଧ୍ୟ ସାଢେ ୧୧ ସୁଦ୍ଧା ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ୪୧.୧ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହ ପାଲଟିଛି । ସେହିପରି ବାଲେଶ୍ୱର ଓ ଚାନ୍ଦବାଲିରେ ତାପମାତ୍ରା  ୪୧ ଡିଗ୍ରୀ ରହିଛି । ଏହାଛଡ଼ା ଝାରସୁଗୁଡ଼ାରେ ୪୦.୪, ହୀରାକୁଦରେ ୪୦.୨, କେନ୍ଦୁଝରରେ ୩୯.୬ ଡିଗ୍ରୀ ତାପମାତ୍ରା ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ରାଜ୍ୟରେ ଅଗ୍ନିବର୍ଷା ହେବ। ଅସହ୍ୟ ତାତି ସହିତ ଝାଞ୍ଜି ବହିବ ବୋଲି ଭୁବନେଶ୍ବରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୫ ଦିନ ପାଇଁ ୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ ଏବଂ ୨୮ ତାରିଖରେ ଅସହ୍ୟ ତାତି ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking