33.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶହୋଟେଲରେ ୭୦ ପାକିସ୍ତାନୀ ଥିବା ଜାଣିବା ପରେ ଦିଲ୍ଲୀ ପୁଲିସ ତତ୍ପର

ହୋଟେଲରେ ୭୦ ପାକିସ୍ତାନୀ ଥିବା ଜାଣିବା ପରେ ଦିଲ୍ଲୀ ପୁଲିସ ତତ୍ପର

ନୂଆଦିଲ୍ଲୀ:  ଦିଲ୍ଲୀର ଏକ ହୋଟେଲରେ ୭୦ରୁ ଅଧିକ ପାକିସ୍ତାନୀ ନାଗରିକ ରହିଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ପ୍ରଦେଶ ପୁଲିସ ତତ୍ପର ହୋଇଉଠିଛି । ଦିଲ୍ଲୀ ପୁଲିସ ଏବେ ଉକ୍ତ ହୋଟେଲରେ ପହଞ୍ôଚ ଏସମସ୍ତ ପାକିସ୍ତାନୀ ନାଗରିକଙ୍କ ସମ୍ପର୍କରେ ଯାଞ୍ଚ୍ କରୁଥିବା ଜାଣିବାକୁ ମିଳିଛି । ଏତଦ୍‌ବ୍ୟତୀତ କୌଣସି ପ୍ରକାର ଅଘଟଣ ଆଶଙ୍କାରେ ହୋଟେଲ ଚାରିପାଖରେ ବ୍ୟାପକ ସଂଖ୍ୟାରେ ଅର୍ଦ୍ଧସାମରିକ ବଳକୁ ମଧ୍ୟ ମୁତୟନ କରାଯାଇଛି । ତେବେ କ’ଣ ପାଇଁ ଏକସଙ୍ଗେ ଏତେ ସଂଖ୍ୟକ ପାକିସ୍ତାନୀ ନାଗରିକ, ଗୋଟିଏ ହୋଟେଲରେ ଅଟକିଛନ୍ତି ସେସମ୍ପର୍କରେ ଜାଣିବା ପାଇଁ ଦିଲ୍ଲୀ ପୁଲିସ୍ ଏବେ ନିମୟିତ ଭାବେ ଖୋଳତାଡ଼ ଜାରି ରଖିଛି । ପ୍ରକାଶ, ଶୁକ୍ରବାର  ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ୍‌କୁ ପାହାଡଗଞ୍ଜସ୍ଥିତ ଏକ ହୋଟେଲରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ରହୁଥିବା ଏବଂ ସେମାନଙ୍କ ଗତିବିଧି ସନ୍ଦେହଜନକ ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।  ଏହା ପରେ ଦିଲ୍ଲୀ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଥାନାରୁ ଶତାଧିକ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking