30.1 C
Bhubaneswar
Saturday, May 4, 2024
Homeଓଡିଶାପୋଲିସ ଅବହେଳାରୁ ଚାଲିଗଲା ଯୁବକଙ୍କ ମୃତ୍ୟୁ; ଅଭିଯୋଗ ଆଣିଲେ ପରିବାର

ପୋଲିସ ଅବହେଳାରୁ ଚାଲିଗଲା ଯୁବକଙ୍କ ମୃତ୍ୟୁ; ଅଭିଯୋଗ ଆଣିଲେ ପରିବାର

ଖୋର୍ଦ୍ଧା : ଗତ ସୋମବାର ରାତିରେ ୧୬ ନଂ ଜାତୀୟ ରାଜପଥର ପଣ୍ଡିତ ଢାବା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିକିତ୍ସାଧିନ ଥିବା ଜଣେ ଯୁବକଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକ ପୁଲିସ ର ଅବହେଳାକୁ ଦାୟୀ କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ ପୁଲିସ ସୂଚନା ନଦେବାରୁ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ସମ୍ପର୍କିୟମାନେ ଏସପି ଅଫିସ ଆଗରେ ଶବ ରଖି ଧାରଣା ଦେଇଥିଲେ । ଧାରଣା ସ୍ଥଳକୁ ଏସପି ଅବିନାଶ କୁମାର ଆସି ସେମାନଙ୍କ ଅଭିଯୋଗର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ଭାଇଙ୍କୁ ଚାକିରୀ ଦେବାକୁ ପ୍ରତିଶୃତି ଦେବାରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ଗୁରୁଜଙ୍ଗର ଭ୍ରମରବର ମହାପାତ୍ରଙ୍କ ପୁଅ ନୀଳକଣ୍ଠ ମହାପାତ୍ର ଗତ ୨୨ତାରିଖ ରାତି ୧୦ଟାରେ ଘରୁ କୌଣସି ଜରୁରୀ କାର୍ଯ୍ୟରେ ଦଳେଇପୁଟ ଅଭିମୁଖେ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତାଙ୍କ ଫୋନ କୁ ପରିବାର ଲୋକ ଫୋନ କରିଥିଲେ ସୁଦ୍ଧା ଫୋନ କେହି ଉଠାଇନଥିଲେ । ମନରେ ସନେ୍‌ଦହ ହେବାରୁ ସବୁଆଡେ ଖୋଜାଖୋଜି କରିଥିଲେ ପରିବାର ଲୋକ । ଅନ୍ୟପକ୍ଷରେ ଉକ୍ତ ରାତିରେ ୧୬ନଂମ୍ବର ଜାତୀୟ ରାଜପଥ ପଣ୍ଡିତ ଡାବା ନିକଟରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ନୀଳକଣ୍ଠ । ସଦର ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ରେ ଭର୍ତି କରିଥିଲା । ସେଠାରୁ ତାଙ୍କୁ କ୍ୟାପିଟାଲ ପରେ କଟକ ବଡ ମେଡିକାଲ ପଠାଯାଇଥିଲା ।ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲ ରେ ନୀଳକଣ୍ଠ ଙ୍କ ମୃତ୍ୟୁ ଘଟିଥିଲା । ଘଟଣାଦିନ ପୁଲିସ ଆହତ ନୀଳକଣ୍ଠ ଙ୍କ ପକେଟରୁ ଟଙ୍କା ଏବଂ ମୋବାଇଲ ଜବତ କରିଥିଲା । ମାତ୍ର ନୀଳକଣ୍ଠଙ୍କ ପରିବାର ଲୋକ ବାରମ୍ବାର ମୋବାଇଲ କୁ ଫୋନ କରିଥିଲେ ମଧ୍ୟ ପୁଲିସ ଏହାର ଉତର ଦେଇନଥିବାବେଳେ ଗତକାଲି ରାତିରେ ନୀଳକଣ୍ଠ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଇଥିଲା । ପରିବାର ଲୋକ ପୁଲିସ ର ସୂଚନା ଅନୁସାରେ ସବୁ ମେଡିକାଲ ଖୋଜିଥିବାବେଳେ କଟକ ବଡମେଡିକାଲରେ ତାର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଦୁର୍ଘଟଣା ଦିନ ଯଦି ପୁଲିସ ପରିବାର କୁ ଖବର କରିଥାନ୍ତା ତେବେ ନୀଳକଣ୍ଠ ଜୀବନ ବଂଚି ପାରିଥାନ୍ତା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking