40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗାନ୍ଧୀବାଦୀ ଆଦର୍ଶ ଶିକ୍ଷକ କୈଳାସବାସୀ ବରାଳଙ୍କ ପରଲୋକ

ଗାନ୍ଧୀବାଦୀ ଆଦର୍ଶ ଶିକ୍ଷକ କୈଳାସବାସୀ ବରାଳଙ୍କ ପରଲୋକ

ଭୁବନେଶ୍ୱର: ତା ୨୦ା୧୧ : ଗାନ୍ଧୀବାଦୀ ଆଦର୍ଶ ଶିକ୍ଷକ, ତେଲେଙ୍ଗାପେଣ୍ଠ ଗାନ୍ଧୀପୀଠର ମୁଖ୍ୟ ଉଦ୍ୟେକ୍ତା, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ସଂଗଠକ ମହାନ୍ ପ୍ରତିଭାଧାରୀ ବ୍ୟକ୍ତିତ୍ୱ କୈଳାସବାସୀ ବରାଳଙ୍କର ୯୧ ବର୍ଷ ବୟସରେ ସକାଳ ୧୧ ଘଟିକା ସମୟରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪ ନମ୍ବର ୱାର୍ଡର ପାହାଳ ନିକଟସ୍ଥ ନୂଆପାଟଣା ଗ୍ରାମରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର-କୃଷ୍ଣ, ପୁତ୍ରବଧୂ-ସୁନିତା, ଝିଅ-ମିଲି, ଜାମାତା-ନିର୍ମଳ, ପୁତୁରା-ସୀମର, ସୁନିଲ୍‌, ରଶ୍ମିରଞ୍ଜନ, ଅରବିନ୍ଦ, ସରୋଜଙ୍କ ସହିତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ସମାଜସେବୀ ଲକ୍ଷ୍ମୀଧର ବେହେରା, ଯୁବନେତା ଅକ୍ଷୟ କୁମାର ଲେଙ୍କା, ପୂର୍ବତନ ସରପଞ୍ଚ ବଂଶୀଧର ଭୋଳ, ପାହାଳ ସେବା ସମବାୟ ସମିତିର ପୂର୍ବତନ ସଭାପତି ପଦ୍ମନାଭ ପଟ୍ଟନାୟକ ପ୍ରମୁଖଙ୍କ ସମେତ ତାଙ୍କର ଅଗଣିତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀ ତାଙ୍କ ବାସଭବନରେ ପହଞ୍ôଚ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଜ ଗ୍ରାମ ପରିକ୍ରମା କରାଯାଇ ତେଲେଙ୍ଗାପେଣ୍ଠ ଗାନ୍ଧୀପୀଠକୁ ନିଆଯାଇଥିଲା । ସେଠାରେ ଗାନ୍ଧୀପୀଠ କର୍ମକର୍ତ୍ତା, ଅଞ୍ଚଳର ବୁଦ୍ଧିଜୀବୀ ଓ ତେଲେଙ୍ଗାପେଣ୍ଠର ବ୍ୟବସାୟୀ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଫୁଲନଖରାଠାରେ ସ୍ଥାନୀୟ ବଜାର କମିଟି, ଲକ୍ଷେଶ୍ୱର ଆଞ୍ଚଳିକ ଯାଦବ ସଂଘ, ଲକ୍ଷେଶ୍ୱର ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀ ତରଫରୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମାପନ କରାଯାଇଥିଲା । ପୁତ୍ର କୃଷ୍ଣ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ତାଙ୍କ ଗ୍ରାମବାସିନ୍ଦା ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଭାଗିରଥି ବଡ଼ଜେନା, ପ୍ରିୟଦର୍ଶୀ ମିଶ୍ର, ପ୍ରଭାତ ରଂଜନ ବିଶ୍ୱାଳ, ପୂର୍ବତନ ସାସଂଦ ନରେନ୍ଦ୍ର ପ୍ରଧାନ, ପୂର୍ବତନ କଟକ ସଦର ବ୍ଲକ ଅଧ୍ୟକ୍ଷ ରତ୍ନାକର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ସ୍ୱାଇଁ, ଧିରେନ୍ କର, କ୍ରୀଡାବିତ୍ ଅରୂପାନନ୍ଦ ରାଉତରାୟ, ଉରାଳୀ ସରପଞ୍ଚ ଆଶାଲତା ବେହେରା, ପଣ୍ଡିତ ଶ୍ରୀଧର ଦାଶ, ଜୟଦେବ କଲେଜର ପୂର୍ବତନ ଅଧ୍ୟକ୍ଷ ସଚ୍ଚିଦାନନ୍ଦ ଚୌଧୁରୀ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking