ଭୁବନେଶ୍ୱର : ଜେଇଇ ମେନ୍ ସେସନ୍-୨ ରେଜଲ୍ଟ ପ୍ରକାଶ। ନ୍ୟାସନାଲ ଟେଷ୍ଟ ଏଜେନ୍ସି (ଏନ୍ଟିଏ ) ସେସନ୍-୨ ଫଳାଫଳ ପ୍ରକାଶ କରିଛି। jeemain.nta.ac.in ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।
ଚଳିତ ବର୍ଷ, ଜେଇଇ ମେନ୍ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଉଭୟ ସେସନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ। ଅଫିସିଆଲ ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ। ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।
ଭାରତର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ଏଣ୍ଟ୍ରାନ୍ସ କରାଯାଏ ଏବଂ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟତା ପରୀକ୍ଷା କରାଯାଏ।