31.1 C
Bhubaneswar
Monday, May 13, 2024
Homeସ୍ୱାସ୍ଥ୍ୟଜାଣନ୍ତୁ ଅମରପୋଇ ପତ୍ର ଖାଇବାର ଫାଇଦା...

ଜାଣନ୍ତୁ ଅମରପୋଇ ପତ୍ର ଖାଇବାର ଫାଇଦା…

ଭୁବନେଶ୍ୱର : ପେଟରେ ପଥର ଜମିବା ହେବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି ଯଦି କାହାକୁ ପଥରୀ ହୋଇଯାଏ ତାକୁ ବହୁ କଷ୍ଟ ସହିବାକୁ ପଡିଥାଏ। ଆଜି ଆମେ ଏହି ଅମରପୋଇ ମାଧ୍ୟମରେ କେମିତି ପଥୁରୀ ର ନିବାରଣ କରାଯାଇପାରିବ ତା ବିଷୟରେ କହିବୁ । ପଥୁରୀ ମହିଳା ଅପେକ୍ଷା ପୁରୁଷଙ୍କଠି 3ଗୁଣା ବେଶୀ ମିଳିଥାଏ । ବେଶୀ ସମୟ ପଥରୀ 20 ବର୍ଷରୁ ନେଇ 30 ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ଏହାର ଲକ୍ଷଣ କଣ ଓ ନିବାରଣ କଣ ଆସନ୍ତୁ ଜାଣିବା ଇଏ ଏମିତି ଏକ ରୋଗ ଯାହା ବ୍ୟକ୍ତିକୁ ବହୁତ କଷ୍ଟ ଦେଇଥାଏ । ପ୍ରଦୂଷଣ ଓ ଭୁଲ ଖାଦ୍ୟ ଖାଇବା ଫଳରେ ମଣିଷ ଭିତରେ ବହୁ ପ୍ରକାରର ରୋଗ ଜନ୍ମ ନେଇଥାଏ । ପଥୁରୀ ଵନିବାର ମୁଖ୍ୟ କାରଣ ହେଉଛି ୟୁରିକି ଏସିଡ଼ି ,ଫସଫେରିକି ଏସିଡ଼ି,କ୍ୟାଲସିୟମ ଓ ଅକଜେଲିକି ଏସିଡ଼ି ମିଳିବାରୁ । ଏହା କୌଣସି ଭି ମଣିଷକୁ ହୋଇପାରେ ଏମିତି କିଛି ନୁହଁକି କାହାକୁ ହବ କାହାକୁ ହବନି । ଦୁଇ ପ୍ରକାରର ପଥୁରୀ ଥାଏ ଏକ ବଡ ପଥୁରୀ ଓ ଏକ ଛୋଟ ପଥୁରୀ । ଛୋଟ ବାଲା ପଥୁରୀ ବାହାରକୁ ବାହାରିଯାଏ କିନ୍ତୁ ବଡ ବାଲା ବାହାରକୁ ବାହାରିପାରେ ନାହିଁ ଯେଉଁ କାରଣରୁ ରୋଗୀକୁ ବହୁତ କଷ୍ଟ ହୋଇଥାଏ । ପଥୁରୀ ହେବାର କାରଣ ମୁଖ୍ୟ କାରଣ ହେଉଛି ଖାଇବା ପିଇବା ସମୟରେ ଯଦି ମୂତ୍ର ଗାଢା ହୋଇଥାଏ ତ ପଥରୀ ହେବା ଆରମ୍ଭ ହୋଇଯାଏ ଓ ମୂତ୍ରାଶୟ ନାଳିରେ ଧୀରେ ଧୀରେ ଜମା ହେବାକୁ ଲାଗିଥାଏ ତାହା ପଥରୀର ରୂପ ନେଇଥାଏ । ଏହା ମୂତ୍ର ମାର୍ଗରେ ବାଧା ଦେଇଥାଏ ଓ ମୁତିବା ସମୟରେ କଷ୍ଟ ହୋଇଥାଏ ଓ ସେତେବେଳେ ରୋଗୀକୁ ଅନୁଭବ ହୋଇଥାଏକି ତାକୁ ପଥରୀ ହୋଇଛି । ଅମରପୋଇର ପ୍ରୟୋଗରେ ପଥରୀ ଆରାମରେ ବାହାରି ଆସିଥାଏ। ଅମରପୋଇକୁ କୀଡୀନିଷ୍ଟୋନ ଓ ପ୍ରୋଷ୍ଟେଡ଼ ଗ୍ରନ୍ଥ ସହ ଜଡିତ ରୋଗର ନିବାରଣ ପାଇଁ ଉପଯୋଗୀ ମନାଯାଏ । ଏହାର ପତ୍ରକୁ ମାଟିରେ ପୋତିଦେଲେ ସେହି ଜାଗାରେ ଏହାର ଗଛ ଉଠିଯାଏ । ଏହାକୁ ସେବନ କଲେ 10-15ଏମ.ଏମର ପଥରୀ ମୁତ ସାହାଯ୍ୟରେ ବାହାରକୁ ବାହାରି ଯାଆନ୍ତି । ଅମରପୋଇର 3-4 ପତ୍ରକୁ ନେଇ ବାଟି ତାକୁ ଏକ ଗ୍ଲାସ ପାଣିରେ ମିଶାଇ ସକାଳେ ଓ ସନ୍ଧ୍ୟାବେଳେ ଜୁସ ଆକାରରେ କମ ସେ କମ ଏକ ମାସ ପର୍ଯ୍ୟନ୍ତ ପିଅନ୍ତୁ ତା ଛଡା ପତ୍ରକୁ ଚୋବାଇ ଓ ପକୁଡି ବନାଇକି ମଧ୍ୟ ଖିଆଯାଏ । ଯଦି ସ୍ୱାସ୍ଥ ବ୍ୟକ୍ତି ଏହାକୁ ନିୟମିତ ଭାବେ ସେବନ କରେ ତାହାଲେ ସେ ବହୁ ସାରା ଚିନ୍ତାରୁ ଦୂର ହେଇପାରିବ ତା ସହିତ ଧ୍ୟାନ ରଖନ୍ତୁ ତମ୍ବାଖୁ ,ପାନ ଘୁଟୁକା ଆଦିରୁ ଦୁରେଇ ରୁହନ୍ତୁ । ଯାହାକୁ ପଥୁରୀ ହୋଇଥାଏ ସେ କେବେବି ଚୂନ ଖାଆନ୍ତୁ ନାହିଁ ବହୁ ଲୋକ ପାନରେ ଚୂନ ଖାଆନ୍ତି । ପଥୁରୀ ହେବାର ମୁଖ୍ୟ କାରଣ ଆପଣଙ୍କ ଶରୀରରେ କ୍ୟାଲସିୟମ ଅଧିକ ମାତ୍ରାରେ ମିଳିଥାଏ। ଯାହାକୁ ପଥୁରୀ ଥାଏ ତାଙ୍କ ଶରୀରରେ ଜରୁରୀ ଠାରୁ ଅଧିକ ମାତ୍ରାରେ କ୍ୟାଲସିୟମ ଥାଏ ତେଣୁ ଆପଣ ଚୂନା ଖାଇବା ବନ୍ଦ କରିଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking