29.1 C
Bhubaneswar
Saturday, April 27, 2024
HomeUncategorizedଗ୍ରାମାଂଚଳରେ ଟେଲି ମେଡ଼ିସିନ ସେବା ସାତ ସପନ

ଗ୍ରାମାଂଚଳରେ ଟେଲି ମେଡ଼ିସିନ ସେବା ସାତ ସପନ

ରାଉରକେଲା(ମନୋଜ ବେହେରା): ସୁନ୍ଦରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ସଟ ଉାଉନ, ଲକ ଉାଉନ କରାଯାଉଛି । କରୋନା ଗ୍ରାସରେ ଥିବା ଅଂଚଳକୁ ନିଶିଦ୍ଧାଚଂଳ(କଂଟେନମେଂଟ) ଭାବେ ଘୋଷଣା କରାଯାଇ ପ୍ରଶାସନ ପକ୍ଷରୁ ରଖାଯାଉଛି ସତର୍କ ଦୃଷ୍ଟି । ଗତକାଲି ଶନିବାର ଠାରୁ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ)ରେ ଆରମ୍ଭ ହୋଇଛି ଟେଲି ମେଡ଼ିସିନ ସେବା । ଯାହାର ଅର୍ଥ ରୋଗୀ ହସ୍ପିଟାଲକୁ ନଆସି ଫୋନ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରି ପାରିବେ । ଏହାଦ୍ୱାରା ହସ୍ପିଟାଲରେ ଭିଡ଼ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବା ସହ କରୋନା ସଂକ୍ରମଣରୁ କିଂଚିତ ମାତ୍ରାରେ ସୁରକ୍ଷା ମିଳିପାରିବ । ଏହାର ସୁଫଳ ସହରାଚଂଳରେ ବସବାସ କରୁଥିବା ବାସିନ୍ଦାଙ୍କ ପାଇଁ ନିହାତି ଭାବେ ସୁବିଧା ଜନକ, ଏôତରେ ଦ୍ୱିମତ ନାହିଁ, ମାତ୍ର ଗ୍ରାମାଂଚଳ ଓ ଅପହଂଚ ଇଲାକା ଗୁଡ଼ିକରେ ବସବାସ କରୁଥିବା ବାସିନ୍ଦା ମାନଙ୍କ ପାଇଁ ଟେଲି ମେଡ଼ିସିନ ସେବା କେତେ ଫଳପ୍ରଦ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦକ୍ଷିଣ ରାଉରକେଲା ସହର ତଳି ଅଂଚଳରେ ରହିଛି ଅନେକ ଗୁଡ଼ିଏ ଗ୍ରାମ । ରାମଯୋଡ଼ି, ମନକୋ, ମୁଣ୍ଡାଯୋର ଆଦି ଗ୍ରାମରେ ବର୍ଷରେ ଅନେକ ଥର ଟେଲିଫୋନ ଓ ମୋବାଇଲ ସେବା ବ୍ୟାହତ ହୋଇଥିବାର ନଜିର ରହିଛି । ଏପରିକି ମୋବାଇଲ ନେଟୱାର୍କ ମଧ୍ୟ ସମୟ ସମୟରେ ନଧରିବା ଯୋଗୁ ଗ୍ରାମବାସୀ ମାନଙ୍କୁ ସମସ୍ୟା ଭିତରେ ଗତି କରିବାକୁ ପଡ଼ିଥାଏ । ଏପରି ସ୍ଥଳେ କୌଣସି ରୋଗ ହେଲେ ଯଦି ମୋବାଇଲ କାମ ନକରେ, ତେବେ ସେ କ୍ଷେତ୍ରରେ ରୋଗୀ ଜଣଙ୍କ ସୁସ୍ଥ ହେବା ଲାଗି ଡାକ୍ତରଙ୍କ  ଠାରୁ ଫୋନରେ ପରାମର୍ଶ ନେବା କେତେ ଯୁକ୍ତିଯୁକ୍ତ, ତାହାକୁ ନେଇ ଏବେ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ଗ୍ରାମାଂଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ  ସ୍ୱାସ୍ଥ୍ୟ ଭିତିଭୂମିକୁ ଠିକ ରଖିବାକୁ ନାନାଦି ଯୋଜନା କରି ଆସୁଥିଲେ ମଧ୍ୟ, ଏବେ ବି ଅନେକ ଗ୍ରାମରେ ସ୍ୱାସ୍ଥ୍ୟ ସେବା ବାଟ ହୁଡ଼ିଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୁଏ । ଏକ୍ଷେତ୍ରରେ ଗ୍ରାମାଂଚଳରେ ଟେଲି ମେଡ଼ିସିନ ସେବା ଏକ ପ୍ରକାର ପ୍ରହସନରେ ପରିଣତ ହୋଇଥିବା ସାଧାରଣରେ ଆଲୋଚନା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking