28.9 C
Bhubaneswar
Sunday, May 5, 2024
Homeଓଡିଶାନବୀନ ସରକାରକୁ ଓପାଡି ଫିଙ୍ଗନ୍ତୁ : ଅମିତ ଶାହ

ନବୀନ ସରକାରକୁ ଓପାଡି ଫିଙ୍ଗନ୍ତୁ : ଅମିତ ଶାହ

ସୋନପୁର : ସୋନପୁରରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ । ଆସୁ ଆସୁ ସଭାରେ ଗର୍ଜିଲେ ଶାହ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ । ଓଡିଶାରେ ୨୦ ଲୋକସଭା ସିଟ୍ ଜିତିବା କି ନାହିଁ ପଚାରିଲେ ଶାହ । ଓଡିଶାରେ ପ୍ରଥମ ଥର ବିଜେପି ସରକାର ବନେଇବ କି ନାହିଁ । ଓଡିଶାରେ ପ୍ରଥମ ଥର ବିଜେପି ସରକାର କରିବା ବୋଲି ଶାହ କହିଛନ୍ତି । ସେ ଅହୁରି ମଧ୍ୟ କହିଛନ୍ତି ଓଡିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି । ସାରା ଦେଶରେ ଯୁଆଡେ ଯାଇଛି ସବୁଠି ମୋଦି ନାରା ଶୁଣୁଛି । ଆଜି ମଧ୍ୟ ଓଡିଶାରେ ମାହୋଲ ପୂରା ମୋଦି ମୟ ରହିଛି । ଓଡିଶା ଲୋକ ବି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ । ଓଡିଶାର ଭାଷା,ସଂସ୍କୃତି ଗୌରବ ପାଇଁ ବିଜେପି ସରକାର ବନିବା ଦରକାର। ଏଠାକାର ସରକାର ଓଡିଶାକୁ ବିକାଶରୁ ଦୂରରେ ରଖିଛି । ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ଏଠିକାର ସରକାର । ଓଡିଶାର ଭାଷା, ସଂସ୍କୃତି ଗୌରବରୁ ବଞ୍ôଚତ ରଖିଛନ୍ତି  ଏହି ସରକାର । ସବୁଠାରୁ ଅଧିକ ପ୍ରାକୃତିକ ସଂପଦ ଓଡିଶାରେ ରହିଛି । ସବୁଥାଇ ବି ଓଡିଶା ସମୃଦ୍ଧିଠାରୁ ଦୂରରେ ରହିଛି । ଓଡିଶା ଲୋକ ପରିବାର ପ୍ରତିପୋଷଣ ପାଇ ବାହାର ରାଜ୍ୟ ଯାଉଛନ୍ତି । ନବୀନ ସରକାରଙ୍କୁ ଓପାଡି ଏଠାରେ ବିଜେପି ସରକାର ବନାନ୍ତୁ କହିଲେ ଅମିତ ଶାହ । ବିଜେପି ସରକାର ଆସିଲେ ଜଣେ କାହାକୁ ବାହାର ରାଜ୍ୟ ଯିବାକୁ ପଡିବନି ।

ସେ ଆହୁରି ମଧ୍ୟ କହିଛନ୍ତି ଏଠାକର ସରକାର ରାମ ମନ୍ଦିର ଉତ୍ସବକୁ ଡାଇଭର୍ଟ ଚେଷ୍ଟା କଲେ । କିନ୍ତୁ ମୋ ଓଡିଶାବାସୀ ରାମ ମନ୍ଦିର ଉତ୍ସବକୁ ପାଳନ କଲେ । ମୋଦି ଆତଙ୍କବାଦ, ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟିତ । ମୋଦି ସରକାର ଦେଶକୁ ସୁରକ୍ଷିତ ପାଇଁ ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କଲେ । ଗରିବଙ୍କୁ ମୋଦି ସରକାର ଚାଉଳ ଦେଉଛନ୍ତି ହେଲେ ନବୀନ ବାବୁ ତାର ନାଁ ନେଉଛନ୍ତି । ମୋଦି ଚାଉଳ ଦେଉଛନ୍ତି , ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି । ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ । ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି। ସବୁଠାରୁ ଅଧିକ ପାଣି ରହିଛି। ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଲୋକଙ୍କୁ ଏଠାରେ ରୋଜଗାର ମିଳିବ। କେନ୍ଦ୍ର ସରକାର ଯେତିକି ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ତାହା ବିନିଯୋଗ କରିପାରୁ ନାହିଁ। ଭାରତୀୟ ଜନତା ପାର୍ଟିର ସରକାର ପ୍ରତ୍ୟେକ ଘରକୁ ପାଣି ଯୋଗାଇବ। ନବୀନ ସରକାରଙ୍କୁ ଡର ଯେ, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁହେଲେ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମି ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିଯିବ। ଓଡ଼ିଶାର ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ବିଜେପି ସରକାର ଆସିବାର ଅଛି। ବିଜେପି ମାତ୍ର ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବ। ଆମେ ଲୁଗା କାରଖାନା କରି କପାଚାଷୀଙ୍କ ବିକାଶ କରିବୁ। କେନ୍ଦ୍ରର ଅନୁଦାନକୁ ରାଜ୍ୟ ସରକାର ନିଜର ଫଟୋ ଦେଇ ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମ କରୁଛନ୍ତି ‌ବୋଲି ଶ୍ରୀ ଶାହ କହିଛନ୍ତି। ସଭାରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ ଅମିତ ଶାହ । କେବଳ ସେତିକି ନୁହେଁ। ଦେଶର ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ସେ କହିଥିଲେ। କଶ୍ମୀର ପ୍ରସଙ୍ଗ, ଧାରା ୩୭୦ ଉପରେ ମଧ୍ୟ କହିଥିଲେ। ୨୦୧୯ ଅଗଷ୍ଟ ୫ରେ ମୋଦୀ ଧାରା ୩୭୦କୁ ଶେଷ କରିଥିଲେ। ଆତଙ୍କବାଦ ଓ ନକ୍ସଲବାଦକୁ ମୋଦୀ ଶେଷ କରିଛନ୍ତି। ମୋଦୀ ସରକାର ପୁଲୱାମାର ଜବାବ ୧୦ ଦିନ ଭିତରେ ଦେଇଥିଲେ। ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲେ। ଆଜି ଯେଉଁ ରାସନ ଚାଉଳ ବଣ୍ଟାଯାଉଛି, ତାହା  ମୋଦୀ ଦେଉଛନ୍ତି।

ଶ୍ରୀ ଅମିତ ଶାହଙ୍କ ସୋନପୁର ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସଂଗୀତା ସିଂହଦେଓ, ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦାଲା, ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ଗୋଳକ ମହାପାତ୍ରଙ୍କ ସମେତ ରାଜ୍ୟସ୍ତରୀୟ ଶୀର୍ଷ ନେତା ଯୋଗଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking