31.1 C
Bhubaneswar
Wednesday, May 8, 2024
HomeUncategorizedକରୋନା ସମୟରେ ପାଠ ପଢାର ବିକଳ ଚିତ୍ର, ଅନଲାଇନ ପାଠପଢ଼ା ପାଇଁ ପାହାଡ ଭରସା

କରୋନା ସମୟରେ ପାଠ ପଢାର ବିକଳ ଚିତ୍ର, ଅନଲାଇନ ପାଠପଢ଼ା ପାଇଁ ପାହାଡ ଭରସା

କେନ୍ଦୁଝର  (ଅନିଲ ନନ୍ଦ)- କରୋନା ସମୟରେ ପାଠପଢାର ବିକଳ ଚିତ୍ର । ପାଠ ପଢିବା ପାଇଁ ପାହାଡ କୁ ଭରସା କରୁଛନ୍ତି ଛାତ୍ରଛାତ୍ରୀ ।ଗାଁରେ ମୋବାଇଲ ନେଟଓ୍ବାର୍କ ନଥିବାରୁ ଦୈନିକ  ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାହାଡ ଉପରେ ପାଠ ପଢୁଛନ୍ତି ।କେତେବେଳେ ନେଟଓ୍ବାର୍କ ଆସୁଛି ତ ଆଉ କେତେବେଳେ ଆସୁନାହିଁ । ତଥାପି ସେମାନେ ହାର ନମାନି ପାଠପଢିବା ପାଇଁ ବିପଦ ସଂଙ୍କୁଳ ଅବସ୍ଥାରେ ପାହାଡ ଚଢୁଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କୃଷ୍ଣପୁର ଗାଁରେ ।କରୋନା ର ଭୟାବହତା ସମୟରେ ସରକାର ସମସ୍ତ ସ୍କୁଲ କଲେଜ ବନ୍ଦ କରିଛନ୍ତି ।ପିଲାଙ୍କ ପାଠପଢ଼ା ରେ କୈଣସି ଅସୁବିଧା ନହଉ ସେଥିପାଇଁ ଅନଲାଇନ ପାଠପଢ଼ା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।ତେବେ ଗାଁ ଗହଳି ରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ ହେଉନଥିବାରୁ ପିଲାମାନେ ପାହାଡ ଓ ଗଛ ଉପରେ ନେଟଓ୍ବାର୍କ ଖୋଜୁଛନ୍ତି ।ତେଲକୋଇ ବ୍ଲକ କୃଷ୍ଣପୁର ଗାଁ ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ।ଏହି ଗାଁ ରୁ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭୂବନେଶ୍ବର,କଟକ,ଢେ଼ଙ୍କାନାଳ, କେନ୍ଦୁଝର ଆଦି ସ୍ଥାନରେ ରହି ପାଠପଢୁଛନ୍ତି ।ତେବେ କରୋନା ଯୋଗୁଁ ଏମାନେ ଘରକୁ ପଳାଇ ଆସିଛନ୍ତି ।ଏବେ ସରକାର ଅନଲାଇନ ପାଠପଢ଼ା ଆରମ୍ଭ କରିଥିବା ବେଳେ ଗାଁ ରେ ମୋବାଇଲ ନେଟଓ୍ବାର୍କ ନଥିବାରୁ ତିନି କିଲୋମିଟର ଦ୍ବରରେ ଥିବା ଦିଶା ପାହାଡ କୁ ଅନଲାଇନ ପାଠ ପଢିବାକୁ ଯାଉଛନ୍ତି ।ସେଠାରେ ବନ୍ୟଯନ୍ତୁ ଙ୍କ ଭୟ ରହିଥିବା ବେଳେ ପାହାଡ ଚଢିବା ମଧ୍ୟ କଷ୍ଟକର ହୋଇ ପଡୁଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking