27.8 C
Bhubaneswar
Thursday, April 18, 2024
Homeଓଡିଶାଚିକିତ୍ସା ଅଭାବରୁ ଶିଶୁକନ୍ୟା ର ମୃତ୍ୟୁ, ହସ୍ପିଟାଲରେ  ତିନି ଘଣ୍ଟା ଧରି ଉତ୍ତେଜନା,ଡାକ୍ତରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ...

ଚିକିତ୍ସା ଅଭାବରୁ ଶିଶୁକନ୍ୟା ର ମୃତ୍ୟୁ, ହସ୍ପିଟାଲରେ  ତିନି ଘଣ୍ଟା ଧରି ଉତ୍ତେଜନା,ଡାକ୍ତରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି

କଳାହାଣ୍ଡି -ଶିଶୁ ମୃତ୍ୟୁକୁ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନା ଉପରେ ଯୋଜନା।ଗ୍ରାମାଞ୍ଚଳରେ ଠାରୁ ଆରମ୍ଭ କରି ସହରାଞ୍ଚଳରେ ପର୍ଯ୍ୟନ୍ତ ଓ ପ୍ରାଥମିକ ଚିକିତ୍ସାଳୟ ଠାରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ରହିଛି ଆନୁଷଙ୍ଗିକ ବ୍ୟବସ୍ଥା। ଶିଶୁ ମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ରହିଥିବା ବେଳେ ରହିଛି ଉନ୍ନତି ମାନର ସାରାଂଞ୍ଜାମ ।ହସ୍ପିଟାଲରେ ଯେପରି କେହି ହଇରାଣ ନ ହୁଅନ୍ତୁ ସେଥିପାଇଁ ହସ୍ପିଟାଲ କୁ ମୋ ସରକାର ରେ ବି ସାମିଲ କରାଯାଇଛି ।ହେଲେ ତଳ ସ୍ତର ରେ ବ୍ୟବସ୍ଥା କେମିତି ଚାଲିଛି ଦେଖିବାକୁ କିଏ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆସିଛି ସାଙ୍ଘାତିକ ଅଭିଯୋଗ।ଡାକ୍ତର ଙ୍କ ଅବହେଳା ଓ ଚିକିତ୍ସା ଅଭାବରୁ ଏକ ତିନି ବର୍ଷର ଶିଶୁକନ୍ୟା ର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ  ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଛତାବାନ୍ଧୁଗୁଡା ଲଙ୍କେଶ୍ୱର ନାଏକ ତାଙ୍କ ତିନି ବର୍ଷର ଝିଅ ପ୍ରଜ୍ଞାଶିନୀ ନାଏକ ଙ୍କ ଝାଡା ଓ ଜର ହେବା ନେଇ ଗତ ରାତି ପ୍ରାୟ ତିନିଟା ରେ ଆଣିଥିଲେ।ସେତେବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ଦାଇତ୍ଵ ରେ ଥିଲେ ଡାକ୍ତର ନିହାର ରଞ୍ଜନ ପରିଡା।ସେ ଶିଶୁ  କନ୍ୟା କୁ ଚିକିତ୍ସା କରିବା ପରିବର୍ତ୍ତେ କିଛି ମେଡ଼ିସିନ ଦେଇ ଏହାକୁ ଖୁଆଇ ଦିଅ ସକାଳେ ଦେଖିବା ବୋଲି କହି ଶୋଇଯାଇଥିଲେ।ପରିବାର ଲୋକେ ବାରମ୍ବାର ଡାକ୍ତର ଙ୍କୁ ଡାକିଥିଲେ ମଧ୍ୟ ସେ ଆସିନଥିଲେ କି କିଛି ଉପଯୁକ୍ତ ଚିକିତ୍ସା କଲେନାହିଁ।ଯାହାଫଳରେ ଶିଶୁକନ୍ୟା ଚିକିତ୍ସା ଅଭାବରୁ ଅବସ୍ଥା ଗୁରୁତର ହୋଇ ମୃତ୍ୟୁ ହୋଇଥିଲା।ମୃତ୍ୟୁ ପରେ ପରିବାର ଲୋକେ କାନ୍ଦିବା ପରେ ଉକ୍ତ ଡାକ୍ତର ମୃତ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରଣ  କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।ଏ ନେଇ ପରିବାର ପକ୍ଷରୁ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।ଜୟପାଟଣା ପୋଲିସ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ମୃତକ ପରିବାର ସହ ଆଲୋଚନା କରି ପରିସ୍ଥିତି ଉପରେ ନିୟନ୍ତ୍ରଣ କରିଛି।ଚିକିତ୍ସା ରେ ଅବହେଳା କରି ନିରୀହ ଶିଶୁର ଜୀବନ ନେଇଥିବା ଡାକ୍ତର ପ୍ରତି  ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ନେବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।
-ଜୟପାଟଣା ରୁ ସୋବାରାମ ନାଏକ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking