33.1 C
Bhubaneswar
Friday, May 17, 2024
Homeଓଡିଶାଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି-ବିଜେଡି ମୁହାଁମୁହିଁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର : ଗୁରୁବାର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ। ଏହି ସମୟରେ ବିଜେଡି ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବାକୁ ପହଞ୍ଚିଥିଲେ। ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ହଟ୍ଟଗୋଳକୁ ନିୟନ୍ତ୍ରଣ କରିବାକୁ ମୁତୟନ ହୋଇଥିବା ପୁଲିସ୍ ସକ୍ଷମ ହୋଇ ନ ଥିଲେ। ପୁଲିସ୍ କେବଳ ନୀରବ ଦ୍ରଷ୍ଟା ସାଜିଥିଲେ। ଉଭୟଙ୍କ ସମର୍ଥକ ବିଭିନ୍ନ ସ୍ଲୋଗାନ ଦୀର୍ଘ ସମୟ ଧରି ପ୍ରଦାନ କରୁଥିବାର ଦେଖିବାକୁ ମିଳିଥିଲା। ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking