27.1 C
Bhubaneswar
Friday, March 29, 2024
Homeବଲିଉଡହଟିବ ସୁଶାନ୍ତ ମୃତ୍ୟୁ ଉପରୁ ପରଦା, ଇଡି କାର୍ଯ୍ୟାଳୟ ରେ ପହଞ୍ଚିଲେ ରିୟା

ହଟିବ ସୁଶାନ୍ତ ମୃତ୍ୟୁ ଉପରୁ ପରଦା, ଇଡି କାର୍ଯ୍ୟାଳୟ ରେ ପହଞ୍ଚିଲେ ରିୟା

ମୁମ୍ବାଇ: ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ମୁମ୍ବାଇର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଟଙ୍କା ହେରଫେର ମାମଲାରେ ରିୟାଙ୍କୁ ଇଡି ପଚରାଉଚରା କରିବ। ଇଡି ରିୟାଙ୍କୁ ତୀକ୍ଷ୍ଣ ପ୍ରଶ୍ନ ପଚାରିପାରେ | ରିୟା ସୁଶାନ୍ତ ସିଂଙ୍କ ଆକାଉଣ୍ଟରୁ ୧୫କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିବା ବେଳେ କେଉଁ କାରଣ ପାଇଁ ଏତେ ଟଙ୍କା କାଢ଼ିଥିଲେ, ସେ ନେଇ ପ୍ରଶ୍ନ କରିବ ଇଡି। ଏହା ସହ ରିୟା କିିଣିଥିବା ସମ୍ପତ୍ତି ବିଷୟରେ ମଧ୍ୟ ଇଡି ପଚରାଉଚରା କରିବ ବୋଲି ଜଣା ପଡ଼ିଛି।
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ।ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କିଛି ଦିନ ବିତି ଯାଇଥିଲେ ମଧ୍ୟ ଏହି ମାମଲାର ଏପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇପାରିନାହିଁ । ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କିଏ ହତ୍ୟା କରିଛି ଏନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । ଏହାସହ ତାଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତି ମୂହୂର୍ତ୍ତରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking