32.1 C
Bhubaneswar
Friday, April 26, 2024
Homeଅପରାଧଛାତ୍ରୀ ଦୁର୍ଷ୍କମକାରୀ ଅଭିଯୁକ୍ତ ଶିକ୍ଷକ ଗିରଫ

ଛାତ୍ରୀ ଦୁର୍ଷ୍କମକାରୀ ଅଭିଯୁକ୍ତ ଶିକ୍ଷକ ଗିରଫ

ଯାଜପୁର(ଓଏନଏ): କରଦା ନୋଡାଲ ଉପ୍ରା ବିଦ୍ୟାଳୟର ଛାତ୍ରୀ ସେହି ବିଦ୍ୟାଳୟର
ଶିକ୍ଷକ ମୋହନ କୁମାର ଭୂୟାଁଙ୍କ ଦ୍ୱାରା ୨ ମାସ ହେଲା ଦୁଷ୍କର୍ମର ଶିକାର ହେବା ନେଇ ଥାନାରେ ୨ ପିଡିତାର
ପରିବାର ପକ୍ଷରୁ ବାପ ଓ ମା ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ୨ଟି ମାମଲାକୁ ରୁଜ୍ଜୁ କରିବା ସହ
ଅଭିଯୁକ୍ତ ଶିକ୍ଷକ ମୋହନ କୁମାର ଭୂୟାଁକୁ ଗିରଫ କରିଛି । ଆଜି ଦୁଇ ପିଡିତାଙ୍କ ବୟାନ ନେବା
ପରେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି । ସେମାବାର ଅଭିଯୁକ୍ତ ଶିକ୍ଷକକୁ କୋର୍ଟ ଚାଲାଣ
କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ପ୍ରକାଶଯେ କରଦା ନୋଡାଲ ଉପ୍ରା ବିଦ୍ୟାଳୟର
ଶିକ୍ଷକ ମୋହନ କୁମାର ଭୁୟାଁ(୩୦) ୨ ମାସ ଧରି ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ପଢୁଥିବା ଦୁଇ ଛାତ୍ରୀଙ୍କୁ
ଟିଉସନ ସମୟରେ ବିଦ୍ୟାଳୟ ମଧ୍ୟରେ ଦୁଷ୍କର୍ମ କରିଚାଲିଥିଲେ । ପିଡାତା ନାବାଳିକା ଦୁଇ ଜଣ ସ୍କୁଲକୁ
ଆସିବାକୁ ଅମଙ୍ଗ ହେବାରୁ ପରିବାର ପକ୍ଷରୁ କାରଣ ଜାଣିବାକୁ ଚେଷ୍ଟା କରାଯାଇଥିଲା । ଫଳରେ
ସେମାନେ ଦୁଷ୍କର୍ମର ଶିକାର ହୋଇଥିବା ଏବଂ ଶିକ୍ଷକଙ୍କ ଭୟରେ ସ୍କୁଲକୁ ଆସିବାକୁ ମନା କରୁଥିବା
ପ୍ରକାଶ କରିଥିଲେ । ଏମିତିକି ସ୍କୁଲକୁ ଯିବାକୁ ବାଧ୍ୟ କଲେ ଆତ୍ମହତ୍ୟା କରିବେ ବୋଲି କହିଥିଲେ
ା ଫଳରେ ପିଡାତା ଦ୍ୱୟ ସେମାନଙ୍କ ମାଙ୍କ ନିକଟରେ ସତ୍ୟ ପ୍ରକାଶ କରିଥିଲେ । ଏନେଇ ଉଭୟ ପରିବାର ପକ୍ଷରୁ
ସ୍କୁଲରେ ପହଂଚି ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଦାସଙ୍କୁ ଭେଟିଥିଲେ । ମାତ୍ର ପ୍ରଧାନ ଶିକ୍ଷକ ସେମାନଙ୍କୁ ନ୍ୟାୟ
ଦେବା ପରିବର୍ତେ ଘଟଣାକୁ ଚାରିକାନ୍ଥ ମଧ୍ୟରେ ଚାପି ଦେବାକୁ କହିଥିଲେ । ଏମିତକି ଏହି
ଘଟଣାରେ ଅନ୍ୟ ଶିକ୍ଷକ/ଶିକ୍ଷିକା ମାନଙ୍କ ହସ୍ତକ୍ଷେପ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଏଭଳି
ସମ୍ବେଦନଶୀଳ ମାମଲାକୁ ପୁଲିସ ଗରୁତ୍ୱର ସହ ତଦନ୍ତ ଜାରି ରଖିଛି ।

ପାଣିକୋଇଲି ଥାନା ମାମଲା ନଂ- ୬୧/୨୦ ଓ ୬୨/୨୦ ର ଭାରତୀୟ ଦଣ୍ଡ ସଂହିତ ଧାରା ୩୭୬(କ)(ଖ), ୫୦୬, ୧୨୦(ଖ) ଓ ନାବାଳିକା ନିର୍ଯାତନା  ନିରୋଧ ଆଇନର ଧାରା ୬ ରେ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତ ମୋହନ କୁମାର ଭୂୟାଁ  କୁ ଆଜି ତଦନ୍ତକରି ଅଧୀକାରିଣୀ ଏସ.ଆଇ. ପୁଷ୍ପଲତା ବେହେରା କୋର୍ଟ ଚାଲାଣ କରିଥିବା  ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking