40.1 C
Bhubaneswar
Thursday, April 25, 2024
HomeUncategorizedମହିଳାଙ୍କ ଅପେକ୍ଷା ଅଧିଂକାଶ ପୁରୁଷ କୋରୋନା ଭାଇରସରେ ଆକ୍ରାନ୍ତ: ରିପୋର୍ଟ

ମହିଳାଙ୍କ ଅପେକ୍ଷା ଅଧିଂକାଶ ପୁରୁଷ କୋରୋନା ଭାଇରସରେ ଆକ୍ରାନ୍ତ: ରିପୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସାରା ବିଶ୍ୱ ଚିନ୍ତିତ ରହିଛି । ଏଥିପାଇଁ ପ୍ରାୟ ୧୦୧ ଦେଶରେ ଏହାର କୋକୁଆ ଭୟ ଦେଖାଦେଇଛି । ତିନି ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ କରି ସାରିଥିବା ବେଳେ ୧ ଲକ୍ଷରୁ ଅଧିକ ଏଥିରେ ସଂକ୍ରମିତ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଅଧିଂକାଶ ପୁରୁଷ ଆକ୍ରାନ୍ତ ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅନ୍ୟପଟେ ମହିଳା ଓ ଛୋଟ ପିଲାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ ରହିଛି । ଚାଇନିଜ୍ ସେଂଟର ଅଫ୍ ଡିଜିଜ୍ କଂଟ୍ରୋଲ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ପ୍ରକାଶ ପାଇଛି ।
ଏଥିପାଇଁ ହୋଇଥିବା ସର୍ଭେରେ ୪୪ ହଜାର ଲୋକଙ୍କୁ ସାମିଲ୍ କରାଯାଇଥିଲା। ଜଣାପଡ଼ିଥିଲା କରୋନା ସଂକ୍ରମଣରେ ୨.୮ ପ୍ରତିଶତ ପୁରୁଷ ଏବଂ ୧.୭ ପ୍ରତିଶତ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଛୋଟ ପିଲା ଏବଂ କିଶୋରଙ୍କ ମୃତ୍ୟୁ ସଂଖ୍ୟା ୦.୨ ପ୍ରତିଶତ ରହିଛି। ୮୦ ବର୍ଷରୁ ଅଧିକ ବୟସ୍କ ୧୫ ପ୍ରତିଶତ ଲୋକଙ୍କ ଏଥିରେ ମୃତ୍ୟୁ ଘଟିଥିବା ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି। ଫ୍ଲୁ ସହିତ ଅନ୍ୟ ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଏଭଳି ସମାନ ସ୍ଥିତି ଦେଖାଦେଇଥାଏ ବୋଲି ରିପୋର୍ଟରେ କୁହାଯାଇଛି। ବିଭିନ୍ନ ସଂକ୍ରମଣ ମୁଖ୍ୟତଃ ଜୀବନ ଶୈଳୀ ଆଧାରରେ ହୋଇଥାଏ। ପୁରୁଷମାନେ ଅଧିକ ସମୟ ବାହାରେ ବିତାଇବା ସହିତ ମଦ୍ୟପାନ, ସିଗାରେଟ, ତମାଖୁ ଆଦିର ବ୍ୟବହାର କରୁଥିବାରୁ ସେମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking