28.1 C
Bhubaneswar
Friday, March 29, 2024
Homeଓଡିଶାରଂଗର ପର୍ବରେ ସମସ୍ତେ ସାମିଲ

ରଂଗର ପର୍ବରେ ସମସ୍ତେ ସାମିଲ

ଯାଜପୁର : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଠାରୁ ରାଧାକୃଷ୍ଣ ଦୋଳ ବିମାନରେ ବାହାରିଥାନ୍ତି । ଦୋଳ ପୂର୍ଣ୍ଣମା ରେ ରଂଗର ପର୍ବ ହୋଲି ଖେଳାଯାଇଥାଏ । ଆସନ୍ତାକାଲି ସାରାଦେଶରେ ହୋଲି ଖେଳ ହେବାକୁ ଥିବା ବେଳେ ଯାଜପୁରର କେତେକ ଅଂଚଳରେ ଆଜି ଠାରୁ ଏହି ହୋଲି ଆରମ୍ଭ ହୋଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ୱତନ୍ତ୍ର ପଂଜିକା ଅନୁଯାୟୀ ଏହି ହୋଲି ପର୍ବ ଆଜି ପାଳନ ହୋଇଥାଏ । ଚଳିତ ବର୍ଷ ବିଦେଶୀ ରଂଗ ବଦଳରେ କେବଳ ଅବିରରେ ହୋଲି ଖେଳିଛନ୍ତି ଯାଜପୁର ବାସୀ ।

ପରସ୍ପରକୁ ଅବିର ବୋଳି ହୋଲିର ଶୁଭେଚ୍ଛା ଜଣାଇ ମିଠା ଖୁଆଇ ହୋଲି ପର୍ବ ପାଳନ କରିଛନ୍ତି ସମସ୍ତେ । କେତେକ ସ୍ଥାନରେ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଛି । ଏହି ହୋଲି ପର୍ବରେ ଛୋଟ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଛନ୍ତି ଏହି ରଂଗର ପର୍ବରେ । ଚଳିତ ବର୍ଷ କୋରୋନାର ପ୍ରଭାବ ଯୋଗୁଁ ଅନେକ ହୋଲି ଖେଳରୁ ଦୂରେଇ ରହିଛନ୍ତି । ବିଦେଶୀ ରଂଗ ବଦଳରେ ଅବିର ବ୍ୟବହାର ନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking