28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଖୁବ ଶୀଘ୍ର ଖୋଲିବାକୁ ଯାଉଛି ତାଜ ମହଲ

ଖୁବ ଶୀଘ୍ର ଖୋଲିବାକୁ ଯାଉଛି ତାଜ ମହଲ

ନୂଆଦିଲ୍ଲୀ : କରୋନା ମହାମରୀ ନେଇ ଦେଶରେ ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ସବୁଠି ପ୍ରାୟ ଲୋକଙ୍କ ବୁଲିବା ପାଇଁ ଅନୁମତି ଦିଆଗଲାଣି। ମାର୍ଚ୍ଚ ୧୭ ରୁ ବନ୍ଦ ଥିବା ତାଜମହଲ ଏବଂ ଆଗ୍ରା ଦୁର୍ଗ ସେପ୍ଟେମ୍ବର ୨୧ ରୁ ପର୍ଯ୍ୟଟନ ଙ୍କ ପାଇଁ ଖୋଲା ରହିବ ବୋଲି ଜଣାପଡିଛି । ଏ ନେଇ ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ବସନ୍ତ କୁମାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆମେ ୨୧ ସେପ୍ଟେମ୍ବରରୁ ଦର୍ଶକଙ୍କ ପାଇଁ ତାଜମହଲ ଏବଂ ଆଗ୍ରା ଦୁର୍ଗ ଖୋଲିବାକୁ ଯାଉଛୁ। ତାଜମହଲ ପାଇଁ ଦର୍ଶକଙ୍କ ସଂଖ୍ୟା ୫ ହଜାର ଏବଂ ଆଗ୍ରା ଦୁର୍ଗ ପାଇଁ ୨୫୦୦ ଦର୍ଶକ ଙ୍କୁ ଅନୁମତି ମିଳିବ। କେବଳ ଅନଲାଇନରେ ଟିକେଟ ବୁକ୍ କରାଯିବ। କୌଣସି ଯାତ୍ରୀଙ୍କ ପାଇଁ ଟିକେଟ କାଉଣ୍ଟର ସୁବିଧା ବର୍ତ୍ତମାନ ରହିବ ନାହିଁ। । ତେବେ  କରୋନା ନିୟମ ପାଳନ କରିବାକୁ ହେବ। ମାସ୍କ , ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking