25.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ

ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଲୋକପ୍ରିୟ ତେଲେୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ଆଜି ସକାଳେ ତାଙ୍କ ବାସଭବନ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରଠାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତେବେ ଗତ କିଛି ଦିନ ଧରି ସେ କାର୍ଡିଆକ ରୋଗରେ ପୀଡିତ ଥିଲେ । ତାଙ୍କୁ ଯେତେବେଳେ ୪୦ ବର୍ଷ ବୟସ ହୋଇଥିଲା, ସେ ସିଲଭର ସ୍କ୍ରିନରେ ଡେବ୍ୟୁ କରିଥିଲେ । ସେ ଜଣେ ସବ୍ ଇନସ୍ପେକ୍ଟର ଭାବରେ କାର୍ଯ୍ୟ କରୁଥିଲେ । ପରେ ୧୯୮୮ରେ ଭେଙ୍କଟସ୍ ଫିଲ୍ମ ବ୍ରହ୍ମା ପୁର୍ଥୁଡୁରେ ଅଭିନୟ କରିଥିଲେ । ଆଉ ୧୯୯୯ରେ ସେ ଆଉ ଏକ ଫିଲ୍ମରେ ନଜର ଆସିଥିଲେ । ଯାହା ତାଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ ଥିଲା । ସେ ଅନେକ ସିନେମା ଖଳନାୟକ ଚରିତ୍ର କରିଥିବା ବେଳେ କମେଡି ମଧ୍ୟ କରିଥିଲେ । ପ୍ରାୟ ୧୦୦ରୁ ଅଧିକ ସିନେମାରେ ନଜର ଆସିଛନ୍ତି ଜୟପ୍ରକାଶ । ତାଙ୍କ ବିୟୋଗରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking