33.1 C
Bhubaneswar
Friday, May 17, 2024
Homeଓଡିଶାକାମୁଡ଼ିଲା ସାପ ଚାଲିଗଲା ଶିଶୁ ପୁତ୍ରର ଜୀବନ

କାମୁଡ଼ିଲା ସାପ ଚାଲିଗଲା ଶିଶୁ ପୁତ୍ରର ଜୀବନ

କଳାବାଡିଆ : ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜଣେ ନଅ ବର୍ଷର ଶିଶୁପୁତ୍ର ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି । ମୃତ ଶିଶୁପୁତ୍ର ନିଶ୍ଚିନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୋଳାଗାଡ଼ିଆ ଗ୍ରାମର ବୁନୁ ହାଁସଦାଙ୍କ ପୁଅ ବିଦେନ ହାଁସଦା । ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ବୁଧୁବାର ରାତିରେ ବିଦେନ ପରିବାର ଲୋକଙ୍କ ସହ ତଳେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାକୁ କାମୁଡି ଦେଇଥିଲା । ପରିବାର ଲୋକେ ଘଟଣା ବିଷୟରେ ଜାଣି ଗୁରୁବାର ସକାଳୁ ତାକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଇଛି। ଏଥିନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking