32.1 C
Bhubaneswar
Friday, April 26, 2024
Homeଓଡିଶାମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ପଳାସପଲ୍ଲୀ ସ୍ଥିତ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନଶୋଷଣ ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି  ୟାସିର ନୱାଜ ବିଭାଗୀୟ ମନ୍ତ୍ରୀ  ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବି କରିଛନ୍ତି । ଆଜି ନୱାଜଙ୍କ ନେତୃତ୍ୱରେ ପ୍ରଦେଶ ଛାତ୍ର କଂଗ୍ରେସର ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କୁଶପୁତଳିକା ଦାହ କରାଯାଇଥିଲା ।

   ଏହି ପ୍ରସଙ୍ଗରେ ଶ୍ରୀ ନୱାଜ କହିଛନ୍ତି ଯେ ନବୀନ ନିବାସର କାନ୍ଥ କଡରେ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନ ଶୋଷଣ କରାଯାଉଛି । ଏପରିକି ଅଶୋକ ପଣ୍ଡାଙ୍କ ଘର ପାଖରେ ଏ ଘଟଣା ଘଟିଛି । ଖୋଦ୍ ଅଶୋକ ପଣ୍ଡାଙ୍କ ଜାଣତରେ ସେଠାରେ ଯୌନ ଶୋଷଣ ହେଉଥିଲା ବୋଲି ଶ୍ରୀ ନୱାଜ
ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ସୁରେଶ ବେହେରା ଯିଏକି ଅନୁଷ୍ଠାନର ସଂପାଦକ ସିଏ ଦିବ୍ୟାଙ୍ଗ ମହିଳାଙ୍କୁ ଚାକିରୀ ଓ ଅର୍ଥ ଲୋଭ ଦେଖାଇ ଯୌନ ଶୋଷଣ କରୁଥିଲା । ତାଙ୍କ ନାଁରେ ଆଗରୁ ସମାନ ଘଟଣାର ତିନୋଟି ଅଭିଯୋଗ ରହିଛି । ଦୁଇମାସ ତଳେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନପାରିବା ଅତ୍ୟନ୍ତ ନିନ୍ଦାର ବିଷୟ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ କିପରି ଚାଲୁଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ । ଅଭିଯୁକ୍ତ ବେହେରାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ସୁରକ୍ଷା ଦେଉଥିଲେ । ଏବେ ମଧ୍ୟ ସେ କେଉଁଠି ଲୁଚିଛନ୍ତି ତାର ଠିକଣା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଜଣାଅଛି । ନିଜେ ପୀଡିତା ମଧ୍ୟ ମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପୋଲିସର ଦୋଷ ଦେଇ ଖସି ଯିବା ଦୁର୍ଭାଗ୍ୟଜନକ । ସୁରେଶ ବେହେରାଙ୍କ ନାମରେ ସେଠାରେ ରହୁଥିବା କେତେକ ଦିବ୍ୟାଙ୍ଗ ମଧ୍ୟ ପୂର୍ବରୁ ଅଭିଯୋଗ କରିଛନ୍ତି । ତେଣୁ ପୋଲିସମନ୍ତ୍ରୀ-ସୁରେଶ ବେହେରା ସେଠାରେ ଏକ ସାମ୍ରାଜ୍ୟ ଚଳାଇଥିଲେ ଯେଉଁଠାରେ କି ନୀରିହ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନଶୋଷଣ କରାଯାଉଥିଲା । ସବୁଠାରୁ ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ନବୀନ ନିବାସ କାନ୍ଥ କଡରେ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଅବସ୍ଥିତ ଥିବାବେଳେ ଏଭଳି କଳଙ୍କମୟ ଘଟଣା ପୋଲିସ ଜାଣିପାରିନାହିଁ । ନବୀନ ଶାସନରେ ଦିବ୍ୟାଙ୍ଗ ମହିଳାଙ୍କୁ ସୁରକ୍ଷା ନାହିଁ । ଅଭିଯୋଗ ଦେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ମନ୍ତ୍ରୀ ଅପରାଧିକୁ ଘଂଟ ଘୋଡାଉଛନ୍ତି, ମୁଖ୍ୟମନ୍ତ୍ରୀ ନିରବ ରହୁଛନ୍ତି । ନବୀନଙ୍କର ମାକୁ ସମ୍ମାନ ଆହ୍ୱାନ ଏକ ପ୍ରତାରଣାରେ ପରିଣତ ହୋଇଛି । ପୀଡିତା ମହିଳାଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ତୁରନ୍ତ ଗିରଫ କରି ଉପଯୁକ୍ତ ଦଣ୍ଡରେ ଦଣ୍ଡିତ କରିବା ସହିତ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବରଖାସ୍ତ ଛାତ୍ର କଂଗ୍ରେସ ଦାବି କରୁଛି ।
   ଏହି କାର୍ଯ୍ୟକ୍ରମରେ ନିହାର ରଂଜନ ବେହେରା, ସୁନିଲ୍ ମାଟିଆ, କାର୍ତିକେଶ୍ୱର କାଣ୍ଡି, ଅବିନାଶ ନନ୍ଦ, ରେହମଜ ଖାନ୍‌, ବାବୁ ଜେନା, ଯୁବରାଜ ମହାନ୍ତି, ବିଶ୍ୱଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ସୁରଜ ରାଉତ, ସୌମ୍ୟରଞ୍ଜନ ବରାଳ, ଆର୍ଯ୍ୟନ ସାମଲ, ରଶ୍ମିରଂଜନ ବେହେରା, ଅଭିଳାଶ ସାମନ୍ତରାୟ, ସୂର୍ଯ୍ୟକାନ୍ତ ସାହୁ, ନିଆଜୁଲ୍ ଇସଲାମ, ମହମ୍ମଦ ଗୁଲଫାମ, ଦେବପ୍ରସାଦ ନାୟକ, ଆଶିଷ କୁମାର ଦାସ, ହରପ୍ରସାଦ ବେହେରା,
ସୌମ୍ୟସଂଜିବ ଦାସ, ସ୍ମୃତିରଂଜନ ଜେନା, ସୌମ୍ୟରଂଜନ ମିଶ୍ର, ଅସିତ୍ ମିଶ୍ର, ସ୍ୱଦେଶ ରଂଜନ ପରିଡା, ନିଆଜୁଲ ଇସ୍‌ଲାମ, ସିବାନ ମୁଶରଫ, ନିତେଶ ବେହେରା, କ୍ରିଷ୍ଣାନନ୍ଦ ସାହୁ, ପ୍ରତ୍ୟୁଷ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking