43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଦ୍ୱାରା ସ୍କିନ ଟୁ ସ୍କିନ ଫଇସଲା ଉପରେ ସୁପ୍ରିମକୋର୍ଟ ବୁଧବାର ରୋକ ଲଗାଇଛନ୍ତି । ଏହାସହ ହାଇକୋର୍ଟରୁ ବିସ୍ତୃତ ତଥ୍ୟ ମଧ୍ୟ ମାଗିଛନ୍ତି । ପୋକ୍ସୋର ଏକ ମାମଲାରେ ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିବା ମାମଲାରେ ସୁପ୍ରିମକୋର୍ଟରେ ସିଜେଆଇ କହିଥିଲେ ଯେ, ହାଇକୋର୍ଟରୁ ବିସ୍ତୃତ ତଥ୍ୟ ମାଗିବୁ । କହିରଖୁଛୁ ଯେ, ଅଟର୍ଣ୍ଣି ଜେନେରାଲ ଅଦାଲତରେ ଏହି ମାମଲା ଉଠାଇଥିଲେ । ଏହି ଫଇସଲାରେ ଅଭିଯୁକ୍ତକୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଯିଏ ପୋକ୍ସୋ ଅନୁସାରେ ଅଭିଯୁକ୍ତ ଥିଲା, କେବଳ ଏହି ଆଧାରରେ ତାର ପିଲାଙ୍କ ସହ ସିଧାସଳଖ ଭାବରେ ଶାରିରୀକ ସଂପର୍କ ହୋଇନାହିଁ । ଏହା ଉପରେ ଅଟର୍ଣ୍ଣିଂ ଜେନେରାଲ ପ୍ରଶ୍ନ ଉଠାଇ ଏହାକୁ ବିପଦପୂର୍ଣ୍ଣ ବୋଲି କହିଥିଲେ । ଏହାପରେ ସୁପ୍ରିମକୋର୍ଟ ଏହାକୁ ରୋକ ଲଗାଇବା ସହ ଅଭିଯୁକ୍ତକୁ ନିର୍ଦ୍ଦୋଷ କରିବା ଉପରେ ବି ରୋକ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking