28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଅକ୍ଟୋବର ୨୯ ପର୍ଯ୍ୟନ୍ତ ସ୍ପାଇସ୍‌ଜେଟ୍‌ର କଟକଣା

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସ୍ପାଇସ୍‌ଜେଟ୍‌ର କଟକଣା

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଘରୋଇ ଏୟାରଲାଇନ୍ସ ସ୍ପାଇସ୍‌ଜେଟ୍ ବିରୋଧରେ ଲାଗୁ କରାଯାଇଥିବା ଉଡାଣ କଟକଣା ମିଆଦକୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ ସ୍ପାଇସ୍‌ଜେଟ୍‌ର ୫୦ ପ୍ରତିଶତ ବିମାନ ଆକାଶରେ ଉଡିପାରିବ ।

ସୂଚନାଯୋଗ୍ୟ ଏକାଧିକ ବିମାନରେ ଯାନ୍ତ୍ରିକ ତ୍ରୁଟି ଏବଂ କେତେକ ବିମାନର ଜରୁରୀ ଅବତରଣ ପରେ ଡିଜିସିଏ ଚଳିତବର୍ଷ ଜୁଲାଇ ୨୭ରେ ସ୍ପାଇସ୍‌ଜେଟ୍ ଉପରେ ଏଭଳି କଟକଣା ଲାଗୁ କରିଥିଲେ । କଟକଣା ପରେ ଯଦିଓ ସ୍ଥିତିରେ ଉନ୍ନତି ଘଟିଛି, ତଥାପି ଏହା ସନ୍ତୋଷଜନକ ନୁହେଁ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି । ସ୍ପାଇସ୍‌ଜେଟ୍ ବିଗତ ୪ ବର୍ଷ ଧରି ବିପୁଳ କ୍ଷତିରେ ଚାଲୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking