40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମୁକ୍ତାର ଆନ୍‌ସାରୀଙ୍କୁ ୨ ବର୍ଷ ଜେଲ୍‌

ମୁକ୍ତାର ଆନ୍‌ସାରୀଙ୍କୁ ୨ ବର୍ଷ ଜେଲ୍‌

ଲକ୍ଷ୍ନୌ: ଆଜକୁ ୧୯ ବର୍ଷ ପୂର୍ବେ ଜଣେ ଜେଲରଙ୍କୁ ପିସ୍ତଲ ଦେଖାଇ ଧମକ ଦେଇଥିବା ଅଭିଯୋଗରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ବୁଧବାର ୟୁପିର ପୂର୍ବତନ ବିଏସ୍‌ପି ବିଧାୟକ ମୁକ୍ତାର ଆନ୍‌ସାରୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡ ପ୍ରଦାନ କରିଛନ୍ତି ।

ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ପାଲଟିଥିବା ଆନ୍‌ସାରୀ ଅନ୍ୟ ଏକ ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବାବେଳେ ଜେଲର ଏସ୍‌.କେ.ଅୱସ୍ତିଙ୍କୁ ପିସ୍ତଲ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଟ୍ରାଏଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବାବେଳେ ଏହାର ପ୍ରତିବାଦରେ ୟୁପି ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆନ୍‌ସାରୀ ବର୍ତ୍ତମାନ ୟୁପିର ବାନ୍ଦା ଜେଲ୍‌ରେ କଏଦୀ ଜୀବନ ବିତାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking