32.1 C
Bhubaneswar
Thursday, March 28, 2024
Homeବଲିଉଡ‘ଥ୍ୟାଙ୍କ୍ ଗଡ୍‌’ ଫିଲ୍ମ ବ୍ୟାନ୍ ଦାବି

‘ଥ୍ୟାଙ୍କ୍ ଗଡ୍‌’ ଫିଲ୍ମ ବ୍ୟାନ୍ ଦାବି

ଭୋପାଳ: ଅଜୟ ଦେବଗନ ଓ ରକୁଲପ୍ରୀତ ସିଂହ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ୟାଙ୍କ୍ ଗଡ୍‌’କୁ ବ୍ୟାନ୍ କରିବା ପାଇଁ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଇତିମଧ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପତ୍ର ଜରିଆରେ ଅନୁରୋଧ କରିଛନ୍ତି । ଏହି ଚଳଚ୍ଚିତ୍ରରେ ପୌରାଣିକ ଚରିତ୍ର ‘ଚିତ୍ରଗୁପ୍ତ’ଙ୍କୁ ଅଶାଳୀନ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଚିତ୍ରଗୁପ୍ତ ହେଉଛନ୍ତି ମୃତ୍ୟୁ ଦେବତା ଯମରାଜଙ୍କର ସହଯୋଗୀ । ଏହି ଚଳଚ୍ଚିତ୍ରରେ ଚିତ୍ରଗୁପ୍ତ ଅର୍ଦ୍ଧଉଲଗ୍ନ ମହିଳାଙ୍କ ଗହଣରେ ଚଳପ୍ରଚଳ କରୁଥିବାର ଦୃଶ୍ୟ ରହିଛି । ଏହା ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ କ୍ଷୁଣ୍ଣ କରୁଥିବାରୁ ଏହାକୁ ତୁରନ୍ତ ବ୍ୟାନ୍ କରିବାକୁ ସାରଙ୍ଗ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking