32.1 C
Bhubaneswar
Friday, April 26, 2024
Homeଓଡିଶାବଡ ଖବର: ଶନିବାର ଓ ରବିବାର ସଟ୍ ଡାଉନ, ୩୦ ଯାଏଁ କଟକଣା ଅବ୍ୟାହତ; ଗିରଫ...

ବଡ ଖବର: ଶନିବାର ଓ ରବିବାର ସଟ୍ ଡାଉନ, ୩୦ ଯାଏଁ କଟକଣା ଅବ୍ୟାହତ; ଗିରଫ ଧମକ ଦିଆଗଲା

ଭୁବନେଶ୍ୱର: ଏବେ ଦେଶରେ ଆରମ୍ଭ ହୋଇଛି ଅନଲକ ୧ । ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ ବୋଲି କେନ୍ଦ୍ର ସରକାର ସେହି କ୍ଷମତା ସମସ୍ତ ରାଜ୍ୟକୁ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ରାଜ୍ୟରେ କରୋନା ସଂକ୍ରମଣ ଏବଂ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନକୁ ଦୃଷ୍ଟିରେ ରଖି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଆଗକୁ ମଧ୍ୟ ଆହୁରି ବଢିବ । ସେଥିପାଇଁ କେନ୍ଦ୍ର ସରକାର ଯେଉଁସବୁ ଧାର୍ମିକ ସ୍ଥଳ କିମ୍ବା ସପିଂ ମଲ୍ ଖୋଲିବାକୁ ଗାଇଡଲାଇନରେ ଜାରି କରିଥିଲେ, ତାକୁ ରାଜ୍ୟ ସରକାର ଏବେ ନିଜ ରାଜ୍ୟରେ କରିବେନି । ୩୦ ଜୁନ ପରେ ଏ ନେଇ ସରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଚାର କରିବେ ବୋଲି ସେ କହିଛନ୍ତି ।
ତାହେଲେ ଆସନ୍ତୁ ଜାଣିବା ୩୦ ଜୁନ ପର୍ଯ୍ୟନ୍ତ କଣ ସବୁ ବନ୍ଦ ରହିବ
ସିନେମା ହଲ୍‌, ଜିମ୍ନାସିୟମ, ସୁଇମିଂ ପୁଲ ଜୁନ ଶେଷ ଯାଏଁ ବନ୍ଦ ରହିବ
ସପିଂ କମ୍ଲେକ୍ସ ମଧ୍ୟ ୩୦ ଜୁନ ଯାଏଁ ଖୋଲିପାରିବ ନାହିଁ
ସମସ୍ତ ପ୍ରକାର ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ
ଜୁଲାଇ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ
ସାମାଜିକ, ରାଜନୈତିକ, ଧର୍ମୀୟ ସମାବେଶ ବି ବନ୍ଦ ରହିବ
ତେବେ ୩୦ ପ୍ରତିଶତ କ୍ଷମତାକୁ ନେଇ ହୋଟେଲ ଖୋଲିପାରିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ଏହାକୁ ବାଦ ଦେଲେ ସଂକ୍ରମଣ ବଢିଥିବା ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ ଡାଉନ ରହିବ ।
ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟ ଡାଉନ ରହିବ ।
୧୧ ଜିଲ୍ଲାଗୁଡିକ ହେଲା- ଗଂଜାମ, ପୁରୀ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲଶ୍ୱର, ଖୋର୍ଦ୍ଧା ଓ ବଲାଙ୍ଗୀର ଜିଲ୍ଲା ।
ଏହି ୨ ଦିନ କୌଣସି ଅଫିସ ଖୋଲା ରହିବ ନାହିଁ । ହେଲେ ଔଷଧ ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଡିଜିପି ଅଭୟ କହିଛନ୍ତି, ଯଦି କୌଣସି ବ୍ୟକ୍ତି ମାସ୍କ ନପିନ୍ଧନ୍ତି ତେବେ ସେ ଗିରଫ ହେବେ । ଛେପ ପକାଇଲେ ଏବଂ ମାସ୍କ ନପିନ୍ଧିଲେ ଅଧିକ ଜରିମାନା ଲଗାଯିବ । ପ୍ରଥମ ଓ ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୫ ଶହ ଜରିମାନା ଲାଗିବ ବୋଲି ସେ କହିଛନ୍ତି । ଆଉ ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୧ ହଜାର ଜରିମାନା । ମାସ୍କ ନପିନ୍ଧିଲେ ଏପିଡେମିକ ଆକ୍ଟ ଅନୁସାରେ ଗିରଫ କରାଯିବା ସହ ଜରିମାନା ମଧ୍ୟ ଲଗାଯିବ । ଖାଲି ଏତିକି ନୁହେଁ ବରଂ ବିନା କାରଣରେ କୁଆଡେ ବୁଲନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ସେହିଭଳି ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking