43.9 C
Bhubaneswar
Friday, April 19, 2024
Homeକରୋନାସପ୍ତାହେ ପାଇଁ ସିଲ୍ ହେଲା ଦିଲ୍ଲୀ ବର୍ଡର, କେବଳ ଜରୁରୀ ସେବା ପାଇଁ ଅନୁମତି

ସପ୍ତାହେ ପାଇଁ ସିଲ୍ ହେଲା ଦିଲ୍ଲୀ ବର୍ଡର, କେବଳ ଜରୁରୀ ସେବା ପାଇଁ ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନାର କାୟା ବଢି ଚାଲିଥିବା ବେଳେ ଏବେ ସପ୍ତାହେ ପାଇଁ ଦିଲ୍ଲୀ ବର୍ଡର ସିଲ୍ କରିବା ପାଇଁ ସୋମବାର ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ । ହେଲେ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ରହିଛି । ଇ ପାସ ଦେଖାଇ ଏହି ସେବା ପ୍ରଦାନ କରାଯାଇପାରିବ ବୋଲି ସେ କହିଛନ୍ତି । ହସ୍ପିଟାଲ ଓ ମେଡିକାଲ ଇନଷ୍ଟିଚ୍ୟୁଟରେ ବୃଦ୍ଧି ହେଉଥିବା କରୋନା ସଂକ୍ରମଣକୁ ନିିୟନ୍ତ୍ରିତ କରିବା ପାଇଁ ସାମୟିକ ଭାବେ ସୀମା ବନ୍ଦ କରାଯାଇଥିବା କେଜ୍ରିଓାଲ ସ୍ପଷ୍ଟ କରିଛନ୍ତି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସୀମାକୁ ସିଲ୍ କରାଯାଇଥିବା ବେଳେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ଗୋଟିଏ ସପ୍ତାହ ପରେ ପୁଣି ଆଲୋଚନା କରାଯାଇ ସୀମା ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୀମା ଖୋଲିବା ମାତ୍ରେ ବାହାରୁ ଅନେକ ଲୋକ ଚିକିତ୍ସିତ ହେବା ପାଇଁ ଦିଲ୍ଲୀ ଆସିବେ । ହେଲେ ଦିଲ୍ଲୀ ହସ୍ପିଟାଲ ଦିଲ୍ଲୀବାସୀଙ୍କ ପାଇଁ ସଂରକ୍ଷିତ ରହିବା ଉଚିତ । ଦିଲ୍ଲୀରେ ଏବେ ୨୦ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୪୭୩ ଜଣ ପ୍ରାଣ ହରାଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୧୦୦୦ଟି ନୂଆ ମାମଲା ରହିଥିବା ସେ କହିଛନ୍ତି । ୫୧ ବର୍ଷୀୟ କେଜ୍ରିଓାଲ ଆହୁରି ବି କହିଛନ୍ତି, ଭବିଷ୍ୟତରେ ଦିଲ୍ଲୀବାସୀଙ୍କୁ ନଭେଲ କରୋନା ଭାଇରସ ସହ ସତର୍କତାର ସହ ବଂଚିବାକୁ ପଡିବ । ଏବେ ଦିଲ୍ଲୀରେ ସ୍ପା ବନ୍ଦ ରହିଥିବା ବେଳେ ବାର୍ବର ସପ୍ ଏବଂ ସେଲୁନ ଖୋଲିବାକୁ ଅନୁମତି ଦିଆଯିବ । ଅନ୍ୟ ସମସ୍ତ ପ୍ରକାର ଦୋକାନ ମଧ୍ୟ ପ୍ରତିଦିନ ଖୋଲିପାରିବ । ତେବେ ପୂର୍ବରୁ ଏହା ଅଡ୍‌-ଇଭିନ ବେସିସ ଖୋଲୁଥିଲା ବୋଲି ଅରବିନ୍ଦ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking