32.1 C
Bhubaneswar
Thursday, March 28, 2024
Homeଓଡିଶାପୋଖରୀରେ ବୁଡ଼ି ୪ ମୃତ

ପୋଖରୀରେ ବୁଡ଼ି ୪ ମୃତ

ଢ଼େଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁ’ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ବୁଡ଼ି ୪ଜଣଙ୍କ ମୃତ୍ୟୁ ହୋଇଛି । ଏହି ୪ଜଣଙ୍କ ମଧ୍ୟରେ ୩ଜଣ ନାବାଳକ ଓ ଜଣେ ନାବାଳିକା ଅଛନ୍ତି । ସେମାନେ ସମସ୍ତେ ସମ୍ପର୍କୀୟ ଭାଇଭଉଣୀ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଆଜି ଗୋବିନ୍ଦପୁର ବାରବାଙ୍କ ସାହିକୁ ଏହି ୪ଜଣ ଗାଧୋଇବାକୁ ଯାଇଥିଲେ । ହେଲେ ଗୋଡ଼ ଖସିଯିବାରୁ ସମେସ୍ତ ପୋଖରୀରେ ବୁଡ଼ି ଯାଇଥିଲେ । ଖବର ପାଇଁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ସବସ୍ତଙ୍କୁ ଉଦ୍ଧାର କରି ଢ଼େଙ୍କାନାଳ ଜିଲ୍ଲା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।
https://onakhabar.com/2020/05/31/two-brothers-sinked-in-the-mahanadi-while-bathing/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking