26.1 C
Bhubaneswar
Tuesday, May 7, 2024
Homeଓଡିଶା୨୮ରେ ଓଡିଶା ଆସିବେ ଜେ.ପି ନଡ୍ଡା

୨୮ରେ ଓଡିଶା ଆସିବେ ଜେ.ପି ନଡ୍ଡା

ଭୁବନେଶ୍ୱର: ଓଡ଼ିଶାରେ ଏବେ ରାଜନୈତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରର୍ଥୀ ନିଜ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ଆଉ ନିର୍ବାଚନରେ ବାଜିମାତ ମାରିବା ପାଇଁ ଦଳର ବରିଷ୍ଠ ନେତୃବୃନ୍ଦ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଗୁରୁବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇ ଫେରିଯାଇଛନ୍ତି । ଏହାରି ଭିତରେ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୮ ତାରିଖ ଦିନ ସେ ଓଡ଼ିଶା ଆସିବେ । ଦିନିକିଆ ଗସ୍ତରେ ଆସି ନଡ୍ଡା ବ୍ରହ୍ମପୁରରେ ଆୟୋଜିତ ସାଧାରଣ ସଭାରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିବା ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଶ୍ରୀ ନଡ୍ଡା ବ୍ରହ୍ମପୁରରୁ ନବରଙ୍ଗପୁର ଯାଇ ସେଠାରେ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking