35.1 C
Bhubaneswar
Wednesday, May 8, 2024
Homeଓଡିଶାରାଜଧାନୀରେ ସେକ୍ସ ରାକେଟ୍ ଠାବ : ହୋଟେଲ୍‌ରେ ବଙ୍ଗୀୟ ଯୁବତୀଙ୍କ ମେଳି

ରାଜଧାନୀରେ ସେକ୍ସ ରାକେଟ୍ ଠାବ : ହୋଟେଲ୍‌ରେ ବଙ୍ଗୀୟ ଯୁବତୀଙ୍କ ମେଳି

ଭୁବନେଶ୍ୱର:  ରାଜଧାନୀରେ ସେକ୍ସ ରାକେଟ୍ ବେଧଡ଼କ ଭାବେ ଚାଲିଛି । ବାଂଲାଦେଶ, ପଶ୍ଚିମବଙ୍ଗରୁ ଯୁବତୀମାନେ ଆସି ଦେହବ୍ୟବସାୟ କରୁଛନ୍ତି । ପୂର୍ବରୁ ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି, ବରମୁଣ୍ଡା, ଲକ୍ଷ୍ମୀସାଗର, ସହିଦନଗର ଅଞ୍ଚଳରୁ ସେକ୍ସ ରାକେଟ୍ ଠାବ ହୋଇଥିବାବେଳେ ଶନିବାର ଭରତପୁର ଅଞ୍ଚଳରେ ଚାଲିଥିବା ସେକ୍ସ ରାକେଟ୍ ଉପରେ ପୋଲିସ ଛାପା ମାରିଛି ।
ଭରତପୁର ସ୍ଥିତ ଏକ ‘ଓୟୋ’ ହୋଟେଲ୍‌ରୁ ପୁଲିସ ୮ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ଦଲାଲ୍‌ଙ୍କୁ ଅସଂଯତ ଅବସ୍ଥାରେ ଗିରଫ କରିଛି । ସେଠାରୁ ଆପତ୍ତିଜନକ ସାମଗ୍ରୀ, ୧୦ରୁ ଅଧିକ ମୋବାଇଲ ଫୋନ୍‌, ମେଡ଼ସିନ୍‌, ମଦ ଓ ନଗଦ ଟଙ୍କା ଜବତ ହୋଇଛି ।

ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି । ରବିବାର ଯୁବତୀଙ୍କୁ ସୁଧାରଗୃହ ପଠାଯିବା ସହ ଦଲାଲଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି । ଅନ୍ୟପକ୍ଷରେ ଫେରାର୍ ଥିବା ହୋଟେଲ ମାଲିକଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି । ସୂଚନା ଅନୁଯାୟୀ, ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗବିହାର-୨ ଅଞ୍ଚଳରେ ଏକ ହୋଟେଲ୍ ରହିଛି । ଏହି ହୋଟେଲ୍‌କୁ ‘ଓୟୋ’ ଲିଜ୍‌ରେ ନେଇଛି । ଏଠାରେ ଦୀର୍ଘଦିନ ହେବ ସେକ୍ସ ରାକେଟ୍ ଚାଲିଆସୁଥିଲା । ରାତିରେ ବଡ଼ବଡ଼ ବ୍ୟବସାୟୀ ଆସୁଥିଲେ । ପଶ୍ଚିମବଙ୍ଗରୁ ଯୁବତୀମାନେ ଆସି ଏଠାରେ ପସରା ମେଲାଇଥିଲେ ।

ଏସମ୍ପର୍କରେ ଭରତପୁର ଥାନା ପୋଲିସ ଖବର ପାଇଥିଲା । ଏନେଇ ପୋଲିସ ଉକ୍ତ ହୋଟେଲ୍ ଅପରେ ୨ଦିନ ହେବ ନଜର ରଖିଥିଲା। ସେଠାକୁ କିଏ ଆସୁଛି, କିଏ ଯାଉଛି, ଏସବୁର ଟିକିନିଖି ତଥ୍ୟ ପୋଲିସ ସଂଗ୍ରହ କରିଥିଲା । ସବୁ ତଥ୍ୟ ସଂଗ୍ରହ କରିବା ପରେ ଶନିବାର ସନ୍ଧ୍ୟାରେ ପୋଲିସ ହୋଟେଲ୍‌ରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ହୋଟେଲ ମାଲିକ ଫେରାର୍ ହୋଇଯାଇଥିବାବେଳେ ୨ଜଣ ଦଲାଲ୍ ଯୁବତୀଙ୍କ ପାଖେ ଅଂସଯତ ଅବସ୍ଥାରେ ଶୋଇଥିବାବେଳେ ଧରାପଡ଼ିଯାଇଥିଲେ । ଏହାପରେ ପୋଲିସ ହୋଟେଲ୍‌ର ୩ଟି ରୁମ୍‌ରୁ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଗତବର୍ଷ ଆଇଗିଣିଆରେ ଥିବା ଏକ ‘ଓୟୋ’ ହୋଟେଲରୁ ଖଣ୍ଡଗିରି ଥାନା ପୋଲିସ ୬ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ୪ ଗ୍ରାହକଙ୍କୁ ଗିରଫ କରିଥିଲା । ତେବେ ଏହି ବଙ୍ଗୀୟ ଯୁବତୀମାନେ ରାତି ପିଛା ୨ରୁ ୩ହଜାର ଟଙ୍କା ନେଉଥିଲେ ।

ରାତିରେ ଗ୍ରାହକ ଆସିଥାନ୍ତେ
ହୋଟେଲ୍‌ରେ ଯୁବତୀମାନେ ୧୦ଦିନ ହେବ ଆସି ରହୁଛନ୍ତି । ଗିରଫ ଦଲାଲ୍‌ଦ୍ୱୟ ଗ୍ରାହକ ବୁଝିବା ସହ ଯୁବତୀଙ୍କ ଭଲମନ୍ଦ ବୁଝନ୍ତି । ଏମିତିକି ନିଜର ଯୌନ ଭୋକ ମେଣ୍ଟାଇବାକୁ ସେମାନେ ଯୁବତୀଙ୍କ ସହ ଗ୍ରାହକ ଆସିବା ପୂର୍ବରୁ ଶୁଅନ୍ତି । ଶନିବାର ରାତିରେ ୭ରୁ ୮ଜଣ ଗ୍ରାହକ ଆସିବା ପାଇଁ ଡିଲ୍ ହୋଇଥିଲା । ଅନ୍‌ଲାଇନରେ ଗ୍ରାହକମାନେ ଟଙ୍କା ପଠାଇଥିଲେ । ଦଲାଲ୍‌ ଦ୍ୱୟ ସବୁ ପ୍ରକାର ବନ୍ଦୋବସ୍ତ କରିଦେଇଥିଲେ । ମଦ କିଣି ଆଣିବା ସହ ଆପତ୍ତିଜନକ ସାମଗ୍ରୀ ରଖିଥିଲେ । ହେଲେ ପୋଲିସ ଚଢ଼ଉ ପରେ ସବୁ ଫସର ଫାଟିଗଲା।

ଗୋଟେ ରାତିକୁ ୫ହଜାର
ଦଲାଲ୍‌ମାନେ ଯୁବତୀଙ୍କ ଶହ ରାତି କଟାଇବା ପାଇଁ ଗ୍ରାହକଙ୍କ ଠାରୁ ଗୋଟେ ରାତିକୁ ୫ହଜାର ଟଙ୍କା ନେଉଥିଲେ । ଏଥିରୁ ଯୁବତୀଙ୍କୁ ୨ହଜାର ଦେଇ ହୋଟେଲ୍ ମାଲିକଙ୍କୁ ୧ହଜାର ଟଙ୍କା ଦେଉଥିଲେ । ବାକି ୨ହଜାର ଟଙ୍କା ଏମାନେ ହଡ଼ପ କରିନେଉଥିଲେ । ଟଙ୍କା ନେଣଦେଣକୁ ନେଇ ପୂର୍ବରୁ ଏହି ଯୁବତୀ ଓ ଦଲାଲଙ୍କ ମଧ୍ୟରେ ହୋଟେଲ୍ ପରିସରରେ ଝଗଡ଼ା ହୋଇଥିଲା । ପରେ ସମାଧାନ ହୋଇ ପୁଣି ବ୍ୟବସାୟ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking