32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଏଚ୍‌ଡି ରେଭନ୍ନା ଗିରଫ

ଏଚ୍‌ଡି ରେଭନ୍ନା ଗିରଫ

ବେଙ୍ଗାଲୁର: ମହିଳାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇପଡିଥିବା ଜେଡିଏସ୍ ନେତା ଏଚ୍‌ଡି ରେଭନ୍ନା, ଗିରଫଦାରୀରୁ ବର୍ତ୍ତିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଏସ୍‌ଆଇଟି ଅଧିକାରୀଙ୍କ କବଳରୁ ବର୍ତ୍ତିପାରିନାହାନ୍ତି । ଶନିବାର ରାତିରେ ତାଙ୍କୁ ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡାଙ୍କ ବାସଭବନରୁ ଗିରଫ କରିଛି ଏସ୍‌ଆଇଟି । ପ୍ରକାଶ, ଗିରଫଦାରୀରୁ ବର୍ତ୍ତିବା ପାଇଁ ଏଚ୍‌ଡି ରେଭନ୍ନା ଅଗ୍ରୀମ ଜାମିନ୍ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଏବଂ ଅନ୍ତରୀଣ ଜାମିନ୍ ଦେବାକୁ ମନାକରିଦେଇଥିଲେ । ଜାମିନ୍ ଆବେଦନ ଖାରଜ ହେବାର କିଛି ଘଣ୍ଟା ମଧ୍ୟରେ ଏସ୍‌ଆଇଟି ଅଧିକାରୀ ତାଙ୍କୁ ତାଙ୍କ ପୈତୃକ ବାସଭବନରୁ ଗିରଫ କରିଛି । ସୂଚନାଯୋଗ୍ୟ, ଜଣେ ୨୦ ବର୍ଷୀୟ ଯୁବକ, ତାଙ୍କ ମା’ଙ୍କୁ ଏଚ୍‌ଡି ରେଭନ୍ନାଙ୍କ ଲୋକମାନେ ଅପହରଣ କରି ନେଇଥିବା ଏବଂ ରେଭନ୍ନା ତାଙ୍କ ମା’ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ।

ଏହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଥିଲା । ଅଭିଯୋଗକାରୀ ତାଙ୍କ ମା’ ରେଭାନ୍ନାଙ୍କ ଫାର୍ମ ହାଉସରେ ଘରୋଇ ସହାୟକ ଭାବେ କାମ କରୁଥିଲେ ବୋଲି ଦର୍ଶାଇଥିଲେ । ସୂଚନାଯୋଗ୍ୟ, ଏଚ୍‌ଡି ରେଭନ୍ନାଙ୍କ ପୁଅ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ନାମରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ ମହିଳା ସହାୟିକାଙ୍କୁ ସେ ବଳପୂର୍ବକ ଶାରୀରିକ ଶୋଷଣ କରିଥିବା ଏବଂ ସେ ସମ୍ପୃକ୍ତ ଥିବା କିଛି ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିବା ପରେ ସେ ଜର୍ମାନ ଫେରାର ହୋଇଯାଇଛନ୍ତି । ଏସ୍‌ଆଇଟି, ପ୍ରଜ୍ଜ୍ୱଳଙ୍କ ମାମଲାରେ ମଧ୍ୟ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking