30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶରାହୁଲଙ୍କ ଉପରେ ଅସନ୍ତୁୂଷ୍ଟ ୱାୟନାଡ ଭୋଟର

ରାହୁଲଙ୍କ ଉପରେ ଅସନ୍ତୁୂଷ୍ଟ ୱାୟନାଡ ଭୋଟର

ଥିରୁଅନନ୍ତପୁରମ: ରାହୁଲ ଗାନ୍ଧୀଙ୍କ ଉପରେ ଏବେଠାରୁ କେରଳର ୱାୟନାଡବାସୀ ଅସନ୍ତୁଷ୍ଟ ହୋଇପଡିଛନ୍ତି । ରିପୋର୍ଟଅନୁୂସାରେ ରାହୁଲ ଗାନ୍ଧୀ, ୱାୟନାଡ ସହ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବା ପରିପ୍ରେକ୍ଷୀରେ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି । ରାହୁଲଙ୍କ ଏପ୍ରକାର ନିଷ୍ପତ୍ତିକୁ ନେଇ କେରଳର ୱାୟାନାଡ଼ରେ ଲୋକଙ୍କ ମଧ୍ୟରେ ଏକ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଲୋକ ରାହୁଲଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ ନିର୍ବାଚନୀ ମଣ୍ଡଳୀର ଅଧିକାଂଶ ଲୋକ ରାହୁଲଙ୍କ ଏପ୍ରକାର ମାନସିକତାକୁ ନାପସନ୍ଦ କରିଛନ୍ତି ।

ରାହୁଲଙ୍କୁ ସୁବିଧାବାଧୀ ନେତା ବୋଲି ମଧ୍ୟ ୱାୟନାଡର ଅଧିକାଂଶ ଭୋଟର କହିଛନ୍ତି । ରାଏବରେଲୀରୁ ନିର୍ବାଚିତ ହେଲେ ରାହୁଲ, ୱାୟନାଡ ଆସନ ଛାଡିଦେବେ ବୋଲି ସେମାନେ ଭାବୁଛନ୍ତି । ପ୍ରକାଶ, ଗତ ୨୬ ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନ୍ତର୍ଗତ ୱାୟାନାଡ଼ ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅର୍ଥାତ୍ ରାହୁଲଙ୍କ ଭାଗ୍ୟ ଗତ ୨୬ ତାରିଖରେ କେରଳର ଏହି ଆସନ ପାଇଁ ଇଭିଏମ୍‌ରେ ସିଲ୍ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking