34.1 C
Bhubaneswar
Friday, March 29, 2024
Homeଓଡିଶାଆବାସ ସ୍ଥଳରେ ଅତ୍ୟାଧୁନିକ ସେବା ଦେବ ବିଡିଏ

ଆବାସ ସ୍ଥଳରେ ଅତ୍ୟାଧୁନିକ ସେବା ଦେବ ବିଡିଏ

ଭୁବନେଶ୍ୱର:  ସବୁ ଶ୍ରେଣୀର ଲୋକଙ୍କୁ ରାଜଧାନୀରେ ମିଳିବ ଘର । ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ସହର ଏକାଧିକ ସ୍ଥାନରେ ଗୃହ ନିର୍ମାଣ ପ୍ରକଳ୍ପ (ହାଉସିଂ ପ୍ରୋଜେକ୍ଟ) ଜାରି ରହିଥିବାବେଳେ ସେସବୁର ନିର୍ମାଣ ଯଥାଶୀଘ୍ର ଶେଷ କରିବାକୁ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ ପରାମର୍ଶ ଦେଇଛନ୍ତି । ଶନିବାର ଶ୍ରୀ ସିଂହ ଭୁବନେଶ୍ୱରରେ ନିର୍ମାଣଧୀନ ଥିବା ୩ ଗୃହ ର୍ନିମାଣ ପ୍ରକଳ୍ପର ତଦାରଖ କରିଛନ୍ତି । ମିଳିଥିବା ସୂଚନା ମୂତାବକ, କେ୯ଏ (ଖାରବେଳ କମ୍ପେ୍ଲକ୍ସ), କେ୯ବି (ଦୟା କମ୍ପେ୍ଲକ୍ସ) ଓ ସୁବୁଦ୍ଧିପୁର ସ୍ଥିତ ଏକାମ୍ର ରେସିଡେନ୍ସିର ନିର୍ମାଣ କାର୍ଯ୍ୟ କେତେଦୂର ଆଗେଇଛି ସେନେଇ ଶ୍ରୀ ସିଂହ ସମୀକ୍ଷା କରିଛନ୍ତି । ନିର୍ମାଣ ହେଉଥିବା ଆବସ ସ୍ଥଳରେ ବିଡିଏ ପକ୍ଷରୁ ,କାôକ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯାଉଛି ।

ଯାହା ସାଧାରଣ ଲୋକଙ୍କ ଦ୍ୱାରା କରାଯିବା ସମ୍ଭବସାଧ୍ୟ ନୂହେଁ । ବିଡିଏ ଦ୍ୱାରା ଆବାସ ସ୍ଥଳରେ କମ୍ମ୍ୟୁନିଟି ହଲ, ସ୍ୱିମିଂ ପୁଲ୍ ସହ ପାଦ ଚଲା ରାସ୍ତା ମଧ୍ୟ ନିର୍ମାଣ କରାଯାଉଛି, ଯାହା ଲୋକଙ୍କୁ ସମ୍ପୃକ୍ତ ସ୍ଥାନରେ ରହିବାରେ ସୁଖ ପ୍ରଦାନ କରିବ ବୋଲି ଶ୍ରୀ ସିଂହ ଆଶାବ୍ୟକ୍ତ କରିଛନ୍ତି । ଅତ୍ୟାଧୁନିକ ଶୈଳୀରେ ଉକ୍ତ ପ୍ରକଳ୍ପଗୁଡ଼ିକର ପରିକଳ୍ପନା କରାଯାଇଛି । ନିର୍ମାଣ ପରେ ଏହା ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀକୁ ଆହୁରି ସୁଧାର ଆଣିବ ବୋଲି ଶ୍ରୀ ସିଂହ ଆଶାବ୍ୟକ୍ତ କରିଛନ୍ତି । ସୂଚନାଥାଉ କି, ଭୁବନେଶ୍ୱରରେ ଏଚ୍‌ଆଇଜି, ଏମ୍‌ଆଇଜି, ଏଲ୍‌ଆଇଜି ଓ ଇଡବ୍ଲୁଏସ୍ ଶ୍ରେଣୀରେ ଘର ଯୋଗାଇବାକୁ ବିଡିଏ ପକ୍ଷରୁ ୨୦୧୯ରେ ଘୋଷଣା କରାଯାଇଥିଲା ।

କଳିଙ୍ଗନଗର କେ୯ଏରେ ୧.୪୦ ଏକର ଜମିରେ ୬,୧୧୯ କୋଟି ବ୍ୟୟରେ ବି+ଏସ୍‌+୯ର ବ୍ୟବସାୟିକ ଓ ଆବାସିକ ଆପାର୍ଟମେଣ୍ଟ, କେ୯ବିରେ ୧.୫୯ ଏକର ଜମିରେ ୨୯.୪୨ କୋଟି ଟଙ୍କା ବ୍ୟୟରେ ଏସ୍‌+୪ର ୧୨୮ଟି ୨ ଶଯ୍ୟା, ହଲ୍ ଓ ରୋଷେଇ ଘର ଥିବା ଆପାର୍ଟମେଣ୍ଟ ସହ ସୁବୁଦ୍ଧିପୁରରେ ମଧ୍ୟ ଏକାଧିକ ବ୍ୟୟରେ ଏକାମ୍ର ରେସିଡେନ୍ସିର ନିର୍ମାଣ ଜାରି ରହିଛି । ଦୀର୍ଘ ଦିନ ହେବ ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣ ଜାରି ରହିଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏହା କ୍ରମାଗତ ଭାବେ ବିଳମ୍ବିତ ହୋଇଚାଲିଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଡିଏ ପ୍ରତିଷ୍ଠା ଦିବସରେ ଉପାଧ୍ୟକ୍ଷ ଶ୍ରୀ ସିଂହ ମତପ୍ରକାଶ କରିଥିଲେ । ଫଳସ୍ୱରୁପ ଶନିବାର ସେ ସମ୍ପୃକ୍ତ ପ୍ରକଳ୍ପଗୁଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking