33.1 C
Bhubaneswar
Saturday, April 27, 2024
Homeଓଡିଶାଏସିଏଫ୍ ମୃତ୍ୟୁ ମାମଲା : ଛାତ ଉପରୁ ବିଦ୍ୟାଙ୍କୁ ଦେଖୁଥିଲେ ଡିଏଫ୍‌ଓ

ଏସିଏଫ୍ ମୃତ୍ୟୁ ମାମଲା : ଛାତ ଉପରୁ ବିଦ୍ୟାଙ୍କୁ ଦେଖୁଥିଲେ ଡିଏଫ୍‌ଓ

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ହେବାରେ ଲାଗିଛି । କ୍ରାଇମ୍‌ବ୍ରାଞ୍ଚ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିପାରୁନଥିବାବେଳେ ଡିଏଫ୍‌ଓଙ୍କ ସମ୍ପର୍କିତ ତଦନ୍ତ ସବୁବେଳେ ଟ୍ୱିଷ୍ଟ ଆଣୁଛି । ସୌମ୍ୟଙ୍କ ଘରକୁ କେବେ ଯାଇନଥିବା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ବୟାନ ଦେଇଥିବାବେଳେ ପୂର୍ବତନ ରାତ୍ର ଜଗୁଆଳ ଶନିବାର ଗଣମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଏହି ବୟାନ ଡିଏଫ୍‌ଓଙ୍କୁ ସନ୍ଦେହଘେରକୁ ଟାଣିନେଉଛି । ସୌମ୍ୟଙ୍କ ସହ ବିଦ୍ୟାଭାରତୀ କ୍ୟାମ୍ପସ ପରିସରରେ ମର୍ଣ୍ଣିଂୱାକ୍‌ରେ ଯିବାବେଳେ ଡିଏଫ୍‌ଓ ଛାତ ଉପରେ ଥାଇ ନଜର ପକାନ୍ତି ।

ଏହି ସବୁ ଦୃଶ୍ୟ ଦେଖିଦେଇଥିବାରୁ ଡିଏଫ୍‌ଓଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ଚାକିରୀରୁ କାଢ଼ି ଦିଆଯାଇଥିବା କହିଛନ୍ତି ପୂର୍ବତନ ରାତ୍ର ଜଗୁଆଳ ଗଙ୍ଗା । ଗଙ୍ଗାଙ୍କ କହିବାନୁସାରେ, ସେ ପ୍ରଥମେ ହାତୀ ଗାର୍ଡ ଭାବେ ନିଯୁକ୍ତ ହୋଇଥିଲେ । ପରେ ଅସ୍ଥାୟୀ ଭାବେ ଡିଏଫ୍‌ଓଙ୍କ ଅଫିସ ସମେତ କ୍ୟାମ୍ପସରେ ରାତ୍ରି ପହରା ଦେଉଥିଲେ । ଡ୍ୟୁଟିରେ ଥିବା ସମୟରେ ଡିଏଫ୍‌ଓ ଦିନେ ରାତି ୧୨ଟାରୁ ସାଢ଼େ ୧୨ଟା ଭିତରେ ଏସିଏଫ୍ ସୌମ୍ୟଙ୍କ ଘରକୁ ଯାଇଥିଲେ । ବଡ଼ ଅଫିସର୍ ହୋଇଥିବା ଯୋଗୁଁ ଏକଥାରେ ସେ ମୁଣ୍ଡ ପୂରାଇନଥିଲେ । ତେଣୁ କଥା ପ୍ରକଟ ହୋଇଯିବାର ଭୟରେ ଡିଏଫ୍‌ଓ ତାଙ୍କୁ ଚାକିରୀରୁ କାଢ଼ିଦେଇଥିବା ଗଙ୍ଗା କହିଛନ୍ତି ।   ଗଙ୍ଗାଙ୍କ ବୟାନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ମୃତ୍ୟୁର ୫୩ଦିନ ପରେ ଗଙ୍ଗା କାହିଁକି ମୁହଁ ଖୋଲିଲେ ।

ଏତେ ଦିନ ହେଲା କାହିଁକି ସେ କିଛି କହୁନଥିଲେ । ଚାକିରୀରୁ କାଢ଼ିଦେବାରୁ ସେ ଡିଏଫଓଙ୍କ ବିରୋଧରେ ଏଭଳି କହୁଛନ୍ତି କି? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବାବେଳେ ଗଙ୍ଗା ଏହାର ଉତ୍ତର ରଖିଛନ୍ତି । କାମ ବ୍ୟସ୍ତତାରେ ରହିଥିବାରୁ ଗଣମାଧ୍ୟମ ଆଗରେ କହିବାର ସୁଯୋଗ ପାଇନଥିଲେ । ଆଜି ସୁଯୋଗ ମିଳିବାରୁ ସେ ପ୍ରତିକ୍ରିୟା ରଖିଥିବା କହିଛନ୍ତି । ତେବେ ଗଙ୍ଗାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ପଚରାଉଚରା କରିବାକୁ କ୍ରାଇମବ୍ରାଞ୍ଚ ଚିନ୍ତା କରିଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫ୍‌ଓଙ୍କ ସମେତ ୧୪ଜଣଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିସାରିଛି । ସୌମ୍ୟଙ୍କ ବାପା-ମା’, ବଡ଼ଭାଇ, ମାମୁ-ମାଇଁଙ୍କ ବୟାନ ରେକର୍ଡ ହୋଇଥିବାବେଳେ ସମସ୍ତେ ବୋହୂ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଅନୈତିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ୫ଜଣଙ୍କ ବୟାନକୁ ଭିତ୍ତିକରି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଥିବା ବିଦ୍ୟାଭାରତୀଙ୍କ ବାପ ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ôଚ ଜେରା କରିଥିଲା । ୭୦ରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବାବେଳେ ଅନେକ ପ୍ରଶ୍ନରେ ବିଦ୍ୟାଭାରତୀ ଚୁପ୍ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking