28.1 C
Bhubaneswar
Saturday, April 27, 2024
Homeଅପରାଧଟାଙ୍ଗୀରେ ସେକ୍ସ ରାକେଟ ଉପରେ ରେଡ୍ କଲା ପୋଲିସ

ଟାଙ୍ଗୀରେ ସେକ୍ସ ରାକେଟ ଉପରେ ରେଡ୍ କଲା ପୋଲିସ

ଖୋର୍ଦ୍ଧା : ସହରରେମାନଙ୍କରେ ସେକ୍ସ ରାକେଟ ଉପରେ ପୋଲିସ୍ ବ୍ୟାପକ ଧର ପଗଡ ଓ ଚଡାଉ ପରେ ରାଣୀ ମହୁମାଛିମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ଗାଁ ଗହଳିର ବିବାହିତା ମହିଳା ଯୁବତୀ ମାନଙ୍କୁ ରାଣୀ ମହୁ ମାଛି ମାନେ ପ୍ରଲୋଭନ ଦେଖାଇ ସେକ୍ସ ରାକେଟରେ ନିୟୋଜିତ କରୁଛନ୍ତି । ଏଭଳି ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରେ ଦେଖିବାକୁ ମିଳିଛି । ଟାଙ୍ଗୀ ବ୍ଲକ ମୁଖ୍ୟ ରାସ୍ତା କଡର ଏକ ଘରେ ଠାବ ହୋଇଛି ଏହି ସେକ୍ସ ରାକେଟ। ସେହି ଘର ଚତୁଃପାର୍ଶ୍ୱରେ ରହିଛି ଅନେକ ସରକାରୀ କାର୍ଯ୍ୟାଳୟ ।

ବ୍ଲକ ଅଫିସ୍ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ଏହି ରାସ୍ତା କଡରେ ଅଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଦିନ ଦ୍ୱିପ୍ରହରେ ମଧ୍ୟ ଏହି ଘରେ ଅବାଧ ଦେହ ବେପାର ଚାଲୁ ରହୁଥିଲା । ଏହି ସେକ୍ସ ରାକେଟର ରାଣୀ ମହୁମାଛି ମୋବାଇଲ୍ ଗ୍ରାହକ ମାନଙ୍କୁ ଯୋଗାଯୋଗ କରି ଅନେକ ଯୁବତୀଙ୍କୁ ଦେହବେପାରରେ ଲିପ୍ତ କରାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଆଜି ସେକ୍ସ ରାକେଟ ଚାଲୁଥିବା ଘର ଉପରେ ଅଚାନକ ଟାଙ୍ଗୀ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ଜଣେ ପୁରୁଷ ସହ ଜଣେ ମହିଳାଙ୍କୁ ଧରିବା ସହ ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ। ବେଧଡକ ଭାବେ ମହିଳା ଜଣକ ଏହି ଧନ୍ଦା ଚଳାଇଛନ୍ତି ନା ତାଙ୍କ ପ୍ରଚ୍ଛଦ ପଟରେ ଅନ୍ୟ କିଏ ସବୁ ଅଛନ୍ତି ପୋଲିସର ଅନୁସନ୍ଧାନ ପରେ ଅଧିକ ତଥ୍ୟ ଜଣା ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking