37.1 C
Bhubaneswar
Saturday, April 20, 2024
Homeଆଇପିଏଲ୍ -2022ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଗୁଜୁରାଟ

ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଗୁଜୁରାଟ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୪୩ ତମ ମ୍ୟାଚରେ ବାଙ୍ଗାଲୋରକୁ ୬ ୱିକେଟରେ ପରାସ୍ତ କରିଛି ଗୁଜୁରାଟ । ବାଙ୍ଗାଲୋର ଦ୍ୱାରା ରଖାଯାଇଥିବା ୧୭୧ ରନର ଲକ୍ଷ୍ୟକୁ ଗୁଜୁରାଟ ୧୯.୩ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ରାହୁଲ ତେୱାତିଆ ୪୩ ରନ , ଡେଭିଡ ମିଲର ୩୯ ରନ, ଶୁଭମନ ଗିଲ ୩୧ ଓ ଋଦ୍ଧିମାନ ଶାହା ୨୯ ରନ କରିଥିଲେ । ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୦ ରନ କରିଥିଲା । ଦଳ ଆରମ୍ଭରୁ ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ହରାଇଥିଲେ ବି ବିରାଟ କୋହଲି ଓ ରଜତ ପଟିଦାରଙ୍କ ଲଢୁଆ ବ୍ୟାଟିଂ ଫଳରେ ଦଳ ଏକ ଭଲ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା । କୋହଲି ୫୮ ରନ କରିବା ସହ ଫର୍ମକୁ ଫେରିବାର ସଂକେତ ଦେଇଥିଲେ ।

ପଟିଦାର ୫୨ ରନ କରିଥିଲେ । ସେହିପରି ଗ୍ଲେନ ମାକ୍ସୱେଲ ୩୩ ରନ କରିଥିଲେ । ମାତ୍ର ମାକ୍ସୱେଲ ଆଉଟ ହେବା ପରେ ଦଳର ସ୍କୋର ପୁଣି ଧିମେଇ ଯାଇଥିଲା । ଗୁଜୁରାଟ ପକ୍ଷରୁ ପ୍ରଦୀପ ସାଙ୍ଗୱାନ ୨ଟି, ମହମ୍ମଦ ସମ୍ମୀ, ରସିଦ ଖାଁ ଓ ଲକି ଫର୍ଗୁସନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking