30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶସାମ୍ପ୍ରଦାୟିକ ହିଂସା କାଣ୍ଡ ଘଟିଥିବା ଆସନରେ ନିର୍ବାଚନକୁ ନେଇ ପ୍ରଶ୍ନବାଚୀ; ପ.ବଙ୍ଗ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଘୁଞ୍ଚିବ...

ସାମ୍ପ୍ରଦାୟିକ ହିଂସା କାଣ୍ଡ ଘଟିଥିବା ଆସନରେ ନିର୍ବାଚନକୁ ନେଇ ପ୍ରଶ୍ନବାଚୀ; ପ.ବଙ୍ଗ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଘୁଞ୍ଚିବ ନିର୍ବାଚନ ତାରିଖ

କୋଲକାତା : ରାମନବମୀ ପାଳନ ସମୟରେ ପଶ୍ଚିମବଙ୍ଗରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣାକୁ ରାଜ୍ୟ ହାଇକୋର୍ଟ ବେଶ୍ ଗୁରୁୂତ୍ୱର ସହ ଗ୍ରହଣ କରିଛନ୍ତି । ମଙ୍ଗଳବାର ଆଗତ ପିଟିସନ୍ ଉପରେ ଶୁଣାଣି କରିବାକୁ ଯାଇ ହାଇକୋର୍ଟ ନିଜ ରାୟରେ ନିର୍ବାଚନ ଆୟୋଗକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଦଙ୍ଗା ସଂଘଠିତ ହୋଇଥିବା ପଶ୍ଚିମବଙ୍ଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସମୟରେ ମତଦାନ ପ୍ରକ୍ରିୟାକୁ ବିଳମ୍ବ କରିବାକୁ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ, ଗତ ଏପ୍ରିଲ ୧୭ରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳରେ ରାମନବମୀ ଶୋଭାଯାତ୍ରା ସମୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ସଂଘଠିତ ହୋଇଥିଲା । ଏଥିରେ ଉଭୟ ସମ୍ପ୍ରଦାୟର ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ପୁଲିସ୍ ଏନେଇ ମାମଲା ରୁଜୁ କରିବା ସହ ତଦନ୍ତ ମଧ୍ୟ ଜାରି ରଖିଛି । ତେବେ ଏହି ମାମଲା ସହ ଜଡିତ ଆଗତ ପିଟିସନ୍ ଉପରେ ଶୁଣାଣି କରିବା ପରିପ୍ରେକ୍ଷୀରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ବିଚାରପତି ଟି.ଏସ ସିଭଗାନାମ୍‌ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, ଯଦି ସ୍ଥାନୀୟ ଲୋକେ ଶାନ୍ତି ଶୃଙ୍ଖଳା ତଥା ସଦ୍‌ଭାବନା ସହକାରେ ରହିପାରିବେ ନାହିଁ, ତେବେ ନିର୍ବାଚନ ଆୟୋଗ ଏସବୁ ସ୍ଥାନରେ କୌଣସି ପ୍ରକାର ନିର୍ବାଚନ କରିବା ଉଚିତ୍ ନୁହେଁ । ପରବର୍ତ୍ତୀ ରାୟ ନ ଆସିବା ଯାଏ ମୁର୍ଶିଦାବାଦ୍ ଏବଂ ବେହରମ୍‌ପୁର ଠାରେ ନିର୍ବାଚନକୁ ସ୍ଥଗିତ ରଖିବା ହିଁ ଏକମାତ୍ର ବିକଳ୍ପ ବୋଲି ପଶ୍ଚିମବଙ୍ଗ ହାଇକୋର୍ଟ କହିଛନ୍ତି । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଯଦି ଦୁଇ ଗୋଷ୍ଠୀ ଏଭଳି ଲଢ଼େଇ କରୁଛନ୍ତି, ତେବେ ସେମାନେ କୌଣସି ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ଖଣ୍ଡପୀଠ କ୍ଷୋଭର ସହ କହିଛନ୍ତି । ସୂଚନାଯୋଗ୍ୟ, ମୁର୍ସିଦାବାଦରେ ରାମ ନବମୀ ସମୟରେ ଘଟିଥିବା ଦଙ୍ଗାର ଏନଆଇଏ ତଦନ୍ତ ଦାବିରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏହି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ରିପୋର୍ଟ ମାଗିଛନ୍ତି ଏବଂ ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ହେବ । ହାଇକୋର୍ଟ କହିଛନ୍ତି ଯେ ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଯଦି ଦୁଇ ଗୋଷ୍ଠୀ ଏହିପରି ଲଢୁଛନ୍ତି, ତେବେ ସେମାନେ ନିର୍ବାଚନ ପ୍ରକ୍ରିୟାର ଅଂଶୀଦାର ହେବା ପାଇଁ ଆଦୌ ଯୋଗ୍ୟ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking