36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଭଣଜାର ବାହାଘରରେ ମାମୁଙ୍କର ମୃତ୍ୟୁ

ଭଣଜାର ବାହାଘରରେ ମାମୁଙ୍କର ମୃତ୍ୟୁ

ରାଜସ୍ତାନ : ରାଜସ୍ତାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଭଣଜାର ବାହାଘରରେ ମାମୁଙ୍କର ମୃତ୍ୟୁ ଘଟିଛି। ଭଣଜା ବାହାଘରରେ ମୁଣ୍ଡ ଉପରେ ହାଣ୍ଡି ରଖିକି ନାଚୁଥିବା ମାମୁ ଅଚାନକ ତଳେ ପଡ଼ିଗଲେ ଓ ତା’ପରେ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟିବା ପରେ ନିମିଷକ ମଧ୍ୟରେ ପରିବାର ଲୋକଙ୍କ ଖୁସି ଦୁଃଖରେ ପରିଣତ ହୋଇ ଯାଇଥିଲା। ଏହି ମାମଲା ହେଉଛି ଝୁଞ୍ଚନୁଁ ଜିଲ୍ଲାର ନବଲଗଡ଼ ଅଞ୍ଚଳର। ଏଠାରେ ବିବାହ ଉତ୍ସବର ଖୁସି ସଙ୍ଗେ ସଙ୍ଗେ ପାଣି ଫଟକା ପରି ଫାଟିଯାଇଛି। କମଲେଶ ଢାକା ନାମକ ଯୁବକ ନିଜ ପରିବାର ଲୋକଙ୍କ ସହ ଏପ୍ରିଲ୍ ୨୦ ତାରିଖରେ ଭଣଜା ବାହାଘରରେ ପହଞ୍ଚିଥିଲେ।

ସୂଚନା ଅନୁଯାଇ , ନାଚୁ ନାଚୁ ହଠାତ ସେ ସେଠାରେ ଖସିପଡ଼ିଲେ। ତା’ପରେ ଲୋକମାନେ ତାଙ୍କ ନିକଟକୁ ଧାଇଁ ଆସିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କମଲେଶଙ୍କର ମୃତ୍ୟୁ ଘଟିଛି। ଡାକ୍ତରମାନଙ୍କ କହିବନୁଯାୟୀ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଘଟିବା ପରେ ମାମୁଙ୍କ ଅନ୍ତିମ ସତ୍କାର ପରେ ଯାଇ ଭଣଜାଙ୍କ ବିବାହ ସଂପନ୍ନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking