33.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶନିବେଶକାରୀଙ୍କ ପାଇଁ ଚିନ୍ତା, କମିଲା ସଞ୍ଚୟ ଜମା ସୁଧହାର

ନିବେଶକାରୀଙ୍କ ପାଇଁ ଚିନ୍ତା, କମିଲା ସଞ୍ଚୟ ଜମା ସୁଧହାର

ନୂଆଦିଲ୍ଲୀ : ସଞ୍ଚୟ ଜମା କ୍ଷେତ୍ରରେ ନିବେଶକାରୀଙ୍କ ପାଇଁ ଖରାପ ଖବର । କାରଣ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ବୁଧବାର ବିଭିନ୍ନ ସଞ୍ଚୟ ଜମା ସୁଧହାରରେ ହ୍ରାସ ଘୋଷଣା କରିଛନ୍ତି । ଏହି ଅନୁଯାୟୀ, ପବ୍ଲିକ୍ ପ୍ରୋଭିଡ଼େଣ୍ଟ ଫଣ୍ଡ(ପିପିଏଫ୍‌) ସୁଧହାର ୬.୪ ପ୍ରତିଶତକୁ ହ୍ରାସ ଘଟି ୪୬ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ସଞ୍ଚୟ ଜମା ସୁଧହାରରେ ହ୍ରାସ ଫଳରେ ଆଗାମୀ ଦିନରେ ଏହି କ୍ଷେତ୍ରରେ ନିବେଶକାରୀମାନେ ବଡ଼ଧରଣର କ୍ଷତି ସହିବେ । ନୂଆ ସୁଧହାର ଆଜି ଠାରୁ ଲାଗୁ ହେବ ।

ନୂଆ ଆର୍ଥି ବର୍ଷର ପ୍ରଥମ ତୈମାସରୁ ପିପିଏଫ୍ ଏବଂ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌(ଏନ୍‌ଏସ୍‌ସି) ନିବେଶକାରୀମାନେ କମ୍ ସୁଧ ଆୟ କରିବେ । ଏହି ଅନୁଯାୟୀ ପିପିଏଫ୍ ସୁଧ ହାର ୭.୧ ପ୍ରତିଶତରୁ ୬.୪ ପ୍ରତିଶତକୁ ହ୍ରାସ ପାଇଛି । ଏହା ଫଳରେ ପିପିଏଫ୍ ସୁଧହାର ବିଗତ ୪୬ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ପୂର୍ବରୁ ପିପିଏଫ୍ ସୁଧହାର ଏତେ କମ୍ ରହିବା ପ୍ରଥମ ଘଟଣା । ସେହିଭଳି ଏନ୍‌ଏସ୍‌ସି ସୁଧହାର ୬.୮ରୁ ୫.୯ ପ୍ରତିଶତକୁ ହ୍ରାସ ଘଟିଥିଲାବେଳେ ଶିଶୁ କନ୍ୟାଙ୍କ ପାଇଁ ଉର୍ଦ୍ଧିଷ୍ଟ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧହାର ୭.୫ରୁ ୬.୯ ପ୍ରତିଶତକୁ ହ୍ରାସ ହୋଇଥିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ତେବେ ପ୍ରଥମ ଥର ପାଇଁ ସଞ୍ଚୟ ଜମା ସୁଧ ହାର ୩.୫ରୁ ୦.୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏହାର ବିଭିନ୍ନ ଅବଧିର ସୁଧହାରକୁ ହ୍ରସ କରାଯାଇଛି । କିଶାନ ବିକାଶ ପତ୍ର(କେଭିପି) ସୁଧହାର ଉପରେ ସରକାର ୬.୯ରୁ ୬.୨ ପ୍ରତିଶତକୁ ହ୍ରାସ କରିଛନ୍ତି । ବିଗତ ତୈମାସ ଧରି ଏହାର ସୁଧହାର ଅପରିବର୍ତ୍ତିତ ରହିଥିଲା । ୫ବର୍ଷିଆ ଆବର୍ତ୍ତି ଜମା(ଆର୍‌ଡି) ଉପରେ ସୁଧହାର ୫.୮ରୁ ୫.୩ ପ୍ରତିଶତକୁ ହ୍ରାସ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking