40.1 C
Bhubaneswar
Thursday, April 25, 2024
Homeଓଡିଶାଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭଦ୍ରକ : ଭଦ୍ରକ କୋର୍ଟର ମାନ୍ୟବର ଜିଲ୍ଲା ଦୌରାଜଜ୍ ପ୍ରଣତି ସାହା ଏକ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାରକରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ଢେଙ୍କା ଗ୍ରାମର ବିଜୁ ହୋ ନାମକ ଜଣେ ଯୁବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରୁଥିଲେ । ୨୦୧୭ ମସିହାର ଏକ ସନ୍ଧ୍ୟାରେ ବିଜୁ କାମ ସାରି ନିକଟସ୍ଥ ଛକକୁ ହାଣ୍ଡିଆ ପିଇବାକୁ ଯାଇଥିଲେ । ସେଠାରେ ହାଣ୍ଡିଆ ବିକ୍ରି କରୁଥିବା ଜଣେ ବିବାହିତା ମହିଳାଙ୍କୁ ଏକୁଟିଆ ପାଇ ତାଙ୍କୁ ଡାକି ନେଇଯାଇ ଏକ ନିର୍ମାଣାଧୀନ ଘର ଭିତରେ  ଦୁଷ୍କର୍ମ କରି ମୁମୂର୍ଷୁ ଅବସ୍ଥାରେ ଛାଡ଼ି ପଳାଇ ଆସିଥିଲେ ।

ମହିଳା ଜଣଙ୍କ ରାତିଯାକ ପଡ଼ି ରହିବା ପରେ ପରଦିନ ମହିଳାଙ୍କ ସ୍ୱାମୀ ଖୋଜି ଖୋଜି ତାଙ୍କୁ ଅତି ମୁମୂର୍ଷୁ ଅବସ୍ଥାରେ ପାଇଥିଲେ । ସେତେବେଳେ ମହିଳା ଜଣଙ୍କ ସ୍ୱାମୀଙ୍କୁ ଦୁଷ୍କର୍ମ ବିଷୟରେ କହିଥିଲେ । ସେତେବେଳେ ମହିଳାଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିଲା । ତାଙ୍କୁ ତାଙ୍କ ସ୍ୱାମୀ ଏକ ଟ୍ରଲି ରିକ୍‌ସାରେ ନେଇ ନିକଟସ୍ଥ ମେଡ଼ିକାଲ ଷ୍ଟୋରରୁ ଔଷଧ ଦେଇଥିଲେ ମଧ୍ୟ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏ ସମ୍ପର୍କରେ ସେତେବେଳେ ପୀଡ଼ିତାଙ୍କ ସ୍ୱାମୀ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲା ଭଦ୍ରକ କୋର୍ଟରେ ବିଚାର ହେବା ପରେ ବୁଧବାର ଏହାର ରାୟ ପ୍ରକାଶ ପାଇଛି। ଉକ୍ତ ମାମଲାକୁ କ୍ୟାଡ଼ର ପବ୍ଳିକ ପ୍ରସିକ୍ୟୁଟର ପ୍ରଦୀପ୍ତ ସାମଲ ସରକାରଙ୍କ ପକ୍ଷରୁ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking