30.1 C
Bhubaneswar
Saturday, May 18, 2024
Homeଓଡିଶାସ୍ୱତନ୍ତ୍ର ଉତ୍କଳର ପ୍ରତିଷ୍ଠା ଦିବସ

ସ୍ୱତନ୍ତ୍ର ଉତ୍କଳର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଆଜି ହେଉଛି ଉତ୍କଳ ଦିବସ ।  ଦିନେ ଆମ ଉତ୍କଳ ଜନନୀ ପରାଧୀନ ଥିଲା ଓ ପଡୋଶୀ ମାନଙ୍କ ଫାସରେ ଛନ୍ଦି ହୋଇ ରହିଥିଲା କିନ୍ତୁ ଉତ୍କଳ ପରାଧିନ ଥିଲା ସତ ମାତ୍ର ତାର ସୁଯୋଗ୍ୟ ସନ୍ତାନ ମାନେ ସଂଘର୍ଷ କରି ଏହି ଉତ୍କଳ ମାଟିକୁ ସ୍ୱାଧୀନ କରିଥିଲେ ।  ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଆମ ରାଜ୍ୟ କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା ।

ଯେଉଁ ଅଗ୍ରଣୀ ବୀର ମହାପୁରଷ ମାନେ ଦିନ ରାତି ସଂଘର୍ଷ କରି ନିଜ ଜୀବନକୁ ବାଜି ଲଗାଇ ଆମକୁ ଏହି ସ୍ୱାଧିନତା ପ୍ରଦାନ କରିଛନ୍ତି , ସେମାନେ ଆମ ପାଇଁ ସଦା ପୁଜ୍ୟ ଓ ନମନୀୟ ।  ଅଗ୍ରଣୀ ନାୟକ ବରପୁତ୍ର ମଧୁସୂଦନ ଦାସଙ୍କ ଦ୍ୱାରା ୧୯୦୨ରେ ଗଠିତ ହୋଇଥିବା ଉତ୍କଳ ସମ୍ମିଳନୀ , ଆମ ରାଜ୍ୟକୁ ସ୍ୱାଧୀନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।  ୧୯୦୩ରେ ଏହାର ପ୍ରଥମ ସଭା ଆୟୋଜନ କରାଯାଇଥିଲା ଓ ଏଥିରେ ୬୨ ଜଣ ସ୍ଥାୟୀ ସଦସ୍ୟ ରହିଥିଲେ ।

ସେମାନଙ୍କ ମଧ୍ୟରୁ ମହାରାଜା କୃଷ୍ନଚନ୍ଦ୍ର ଗଜପତି, ପଣ୍ଡିତ ନିଳକଣ୍ଠ ଦାସ ,ବ୍ୟାସକବି ଫାକୀର ମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ଭୁବନା ନନ୍ଦ ଦାସ ପ୍ରଭୃତି ମାଟି ମା’ ପ।।ଇଁ ଲଢେଇ କରି ନିଜ ଜୀବନକୁ ସମର୍ପଣ କରିଥିଲେ ।  ଏହି ମହାପୁରୁଷ ମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ଆମେ ଆଜି ସ୍ୱତନ୍ତ୍ର । ୧୯୩୬ ଏପ୍ରିିଲ ରେ ପ୍ରଥମ ଥର ପାଇଁ ୬ ଟି ଜିଲ୍ଲାକୁ ନେଇ ଉତ୍କଳ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ପାଇଥିଲା ।  କଟକ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ, ପୂରୀ ଏବଂ ଗଞ୍ଜାମକୁ ନେଇ ଏହି ଉତ୍କଳ ଗଢି ଉଠିଥିଲା ।  ଯାହାର ରାଜଧାନୀ ଥିଲା କଟକ ।

ଏହି ଭିତରେ ୮୫ ବର୍ଷ ବିତି ଯାଇଛି ।  ଅନେକ ବିପଦ, ଅନେକ ଘାତ, ପ୍ରତିଘାତରୁ ମୁକୁଳି ଆମ ରାଜ୍ୟ ଆଜି ଏକ ବିକଶିତ ତଥା ସମୃଦ୍ଧ ରାଜ୍ୟ ଭାବେ ଉଭା ହୋଇଛି ।  ଉତ୍କଳ ଜନନୀକୁ ସ୍ୱତନ୍ତ୍ର କରିଥିବା ଓ ମା’ ମାଟି ପାଇଁ ଜୀବନ ଦେଇଥିବା ମହାପୁରୁଷ ମାନଙ୍କୁ ଆମର ଶତ ଶତ ପ୍ରଣାମ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking