32.1 C
Bhubaneswar
Friday, April 26, 2024
HomeUncategorizedଆସନ୍ତା ୨୦ ଯାଏ ଜ୍ୟୋତି ବିହାର ବନ୍ଦ

ଆସନ୍ତା ୨୦ ଯାଏ ଜ୍ୟୋତି ବିହାର ବନ୍ଦ

ସମ୍ବଲପୁର : ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଆଉ ସପ୍ତାହେ ପାଇର୍ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି । ଏନେଇ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ , ସମ୍ବଲପୁର ଓ ବୁର୍ଲା ଅଞ୍ଚଳରେ କୋଭିଡ଼-୧୯ର ପ୍ରକୋପ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ୟୁନିଭରସିଟି ଅଫିସ ଓ ପିଜି ଡିପାର୍ଟମେଣ୍ଟକୁ ଆଉ ସପ୍ତାହେ ପାଇଁ ବନ୍ଦ ରଖାଯିବ । ଅର୍ଥାତ ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ।

ଏହି ସମୟରେ କୌଣସି ଜରୁରୀ କାମ ପାଇଁ ସମସ୍ତ କର୍ମଚାରୀ ତାଙ୍କ ମୋବାଇଲ କୁ ସୁଇଚ ଅନ ରଖିବାକୁ କୁହାଯାଇଛି । ସମସ୍ତ କର୍ମଚାର ଘରୁ ରହି କାମ କରିବେ । ଏଥିସହ ସମସ୍ତ କର୍ମଚାରୀଙ୍କୁ ହେଡ଼ କ୍ୱାର୍ଟରରେ ରହିବାକୁ କୁହାଯାଇଛି । ଏଥିସହ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୧୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୨ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୧ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking