33.1 C
Bhubaneswar
Thursday, April 25, 2024
Homeଓଡିଶା୨୪ ଘଣ୍ଟା ପାଇଁ ବାଙ୍କି ମେଡିକାଲ ଆଉଟଡୋର୍ ବନ୍ଦ

୨୪ ଘଣ୍ଟା ପାଇଁ ବାଙ୍କି ମେଡିକାଲ ଆଉଟଡୋର୍ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଏବେ ବଢୁଛି କରୋନାର ପ୍ରକୋପ । ବାଙ୍କି ଉପଖଣ୍ଡସ୍ତରୀୟ ମେଡିକାଲ ଆଉଟ ଡୋର୍ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ଜଣେ ଡାକ୍ତରଙ୍କ ପୁଅ କରୋନା ପଜିଟିଭ ଆସିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୨୪ ଘଣ୍ଟା ଆଉଟ ଡୋର୍ ବନ୍ଦ ନେଇ ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଷ୍ଟାଫ୍ ଆଇସୋଲେସନରେ ରହିବେ ବୋଲି ସୂଚନା ମିଳିଛି । ୫/୬ ଜଣ ଡାକ୍ତର, କିଛି କର୍ମଚାରୀ ଆଇସୋଲେସନରେ ରହିବେ । ସଂପୃକ୍ତ ଡାକ୍ତରଙ୍କର କୋଭିଡ ଟେଷ୍ଟ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ରାଜ୍ୟରେ ଆଜି ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୬୧୬ ଆକ୍ରାନ୍ତ ୨୩ଟି ଜିଲ୍ଲାରୁ ବୋଲି ସୂଚନା ମିଳିଛି । ସେଥିମଧ୍ୟରୁ ୪୧୫ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୦୧ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ଜଣାପଡ଼ିଛି ।  ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୫୦ ଜଣ , ନବରଙ୍ଗପୁରରୁ ୪୦ଜଣ , ବରଗଡ଼ରୁ ୩୧ ଜଣ , ଖୋର୍ଦ୍ଧାରୁ ୨୯ଜଣ , ବାଲେଶ୍ୱରରୁ ୨୭ଜଣ , କଟକ ଓ କେନ୍ଦୁଝରରୁ ୨୩ଜଣ ଲେଖାଏଁ , ଜଗତସିଂହପୁରରୁ ୧୮ଜଣ , ଯାଜପୁରରୁ ୧୭ଜଣ , ମାଲକାନଗିରିରୁ ୧୪ଜଣ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ୧୩ଜଣ, ଝାରସୁଗୁଡ଼ାରୁ ୧୧ ଜଣ , ଢେଙ୍କାନାଳ ଓ ଅନୁଗୁଳରୁ ୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୬ଜଣ , ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ , ଗଜପତି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking