26.1 C
Bhubaneswar
Wednesday, May 8, 2024
Homeଓଡିଶାକରୋନା ଡ୍ୟୁଟି ପୂର୍ବରୁ ହେବ ଟେଷ୍ଟ

କରୋନା ଡ୍ୟୁଟି ପୂର୍ବରୁ ହେବ ଟେଷ୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ମାତ୍ରା ହୁହୁୂ ହୋଇ ବଢିଚାଲିଛି । ସାଧାରଣ ଲୋକଙ୍କ ସହ କରୋନା ଯୋଦ୍ଧା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ଏହି କାରଣରୁ କରୋନା ଡ୍ୟୁଟିରେ ଯିବା ପୂର୍ବରୁ କର୍ମଚାରୀଙ୍କ ଟେଷ୍ଟ କରାଯିବ । ଏହା ଅନିବାର୍ଯ୍ୟ ଅଟେ ବୋଲି କୁହାଯାଇଛି । କର୍ମଚାରୀଙ୍କ କରୋନା ଟେଷ୍ଟର ତଦାରଖ କରିବେ ସମ୍ପୃକ୍ତ ଅଞ୍ଚଳର ବିଡିଓ ତଦାରଖ କରିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ ମୋଟ ୩୦୫୩ଟି ଗାଁ ରହିଛି । ସେଥିମଧ୍ୟରୁ ୨୪୮୨ଟି ଗ୍ରୀନ ଜୋନ ଓ ୫୭୧ଟି ରେଡ଼ ଜୋନ ରହିଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୪୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୧୮୫ ଜଣ ସୁସ୍ଥ ହୋଇଛନ୍ତି । ୪୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯୧୭ ଟି ଆକ୍ଟିଭ କେସ୍ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking