29.1 C
Bhubaneswar
Saturday, April 27, 2024
Homeଓଡିଶାମରଣ ଯନ୍ତା ପାଲଟିଛି ସହର ରାସ୍ତା

ମରଣ ଯନ୍ତା ପାଲଟିଛି ସହର ରାସ୍ତା

ଢେଙ୍କାନାଳ : ରାଜ୍ୟ ସରକାର ଗ୍ରାମାଚଂଳ ଠାରୁ ଆରମ୍ଭ କରି ସହରାଚଂଳର ବିକାଶ ପାଇଁ ଅନେକ ଯୋଜନା ଗଢିଛନ୍ତି । ସେଥି ମଧ୍ୟରୁ ଗମନା ଗମନର ସୁବିଧା ନିମନ୍ତେ ରାସ୍ତା ଘାଟ ନିର୍ମାଣ ସହିତ ରାସ୍ତା ମରାମତି ହେଉଛି ଗୋଟିଏ । ଉକ୍ତ ରାସ୍ତାଟି ମରାମତି କରାନଯିବାରୁ ଏବେ ରାସ୍ତା ମଝିରେ ବଡ ବଡ ଗାତ ସୃଷ୍ଟି ହେଲାଣି । ଯାହା ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଦୈନିକ ହଜାର ହଜାର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମିଳିଥିବା ସୁଚନା ମୁତବାକ, ଢେଙ୍କାନାଳ ସହରର ବସ୍‌ଷ୍ଟାଣ୍ଡ ଠାରୁ ଢେଙ୍କାନାଳ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟିର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଲାଣି ।

ଯାହା ଫଳରେ ରାସ୍ତା ମଝିରେ ବଡ ବଡ ଗାତ ସୃଷ୍ଟି ହେବା ସହିତ ପିଚୁ ଉଠିଗଲାଣି । ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ଅନେକ ସମୟରେ ଦୁର୍ଘଟଣା ଶିକାର ହେଉଛନ୍ତି । ମାତ୍ର ଦୁଃଖର ବିଷୟ ଜିଲ୍ଲା ପ୍ରଶାସନ ତରଫରୁ ସହରାଚଂଳର ରାସ୍ତା ଘାଟ ମରାମତି ଦିଗରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିବା ଦେଖିବାକୁ ମିଳୁଛି । ରାସ୍ତାଟିର ମରାମତି ଠିକ୍ ଭାବରେ ନହେବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଂପୃକ୍ତ ଠିକାଦାର ଅଧିକା ଲାଭ ପାଇବା ଆଶାରେ ନିମ୍ନମାନର କାମ କରୁଥିବା ଜଣାପଡୁଛି । ପ୍ରଶାସନ ସବୁ ଜାଣି ମଧ୍ୟ ନଜାଣିଲା ପରି ଅଭିନୟ କରୁଥିବା ଅନୁମାନ କରାଯାଉଛି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଉକ୍ତ ରାସ୍ତାଟିର ମରାମତି ପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking